Latest Odisha News

ବିବାଦୀୟ ଖେଳାଳି ସୁଆରେଜଙ୍କ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା

ନୂଆଦିଲ୍ଲୀ: ଉରୁଗୁଏର ଷ୍ଟାର ଷ୍ଟ୍ରାଇକର ଲୁଇସ ସୁଆରେଜ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଡିସେମ୍ବର ୬ରେ ସେ ପାରାଗୁଏ ବିପକ୍ଷରେ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ । ତେବେ ସେ କ୍ଲବ ଫୁଟବଲ ଖେଳିବା ଜାରୀ ରଖିବେ । ପ୍ରଦର୍ଶନ ଅପେକ୍ଷା ସୁଆରେଜ ସର୍ବଦା ତାଙ୍କ ବିବାଦୀୟ ଘଟଣା ନେଇ ଚର୍ଚ୍ଚାରେ ରହିଥାନ୍ତି । ୨୦୧୪ ଫିଫା ବିଶ୍ୱକପରେ ସେ ଇଟାଲୀର ଜର୍ଜିୟା ଚୋଲିନୀଙ୍କୁ କାମୁଡି ଦେଇଥିଲେ । ତାଙ୍କୁ ୬ ମାସ ପାଇଁ ଫୁଟବଲରୁ ବାସନ୍ଦ କରାଯାଇଥିଲା । ଏହା ପରେ ଇଂଲିଶ ପ୍ରିମିୟର ଲିଗ କ୍ଲବ ଲିଭରପୁଲରୁ ତାଙ୍କ ଟ୍ରାନ୍ସଫର ସ୍ପେନର ବାର୍ସିଲୋନାକୁ ହୋଇ ଯାଇଥିଲା । ଏଥିରେ ତାଙ୍କର ୧୦୦ କୋଟି ଟଙ୍କା କ୍ଷତି ହୋଇଥିଲା ।

୨୦୧୦ ବିଶ୍ୱକପରେ ଘାନା ଓ ଉରୁଗୁଏ ମ୍ୟାଚରେ ସେ ବାଧା ସୃଷ୍ଟି କରିଥିଲେ । ସେ ଗୋଲ ଲାଇନ ନିକଟରେ ବଲକୁ ହାତରେ ଧରିଥିଲେ । ତାଙ୍କୁ ରେଡକାର୍ଡ ଦେଖା ଯାଇଥିଲା । ଘାନାକୁ ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ଏହାର ଫାଇଦା ଉଠାଇ ପାରି ନ ଥିଲା । ଉରୁଗୁଏ ବିଜୟ ହାସଲ କରି ସେମିରେ ପ୍ରବେଶ କରିଥିଲା । ୨୦୧୧ ଇପିଏଲରେ ସେ ମାଂଚେଷ୍ଟର ୟୁନାଇଟେଡର ଆଫ୍ରିକୀୟ ଖେଳାଳି ପ୍ୟାଟ୍ରିକ ଏବ୍ରାକୁ ବର୍ଣ୍ଣବୈଷମ୍ୟ କଂମେଟ କରିଥିଲେ । ୪୪ ଲକ୍ଷ ଟଙ୍କାର ଜରିମାନା ତାଙ୍କ ଉପରେ ଲଗା ଯାଇଥିଲା ।

୨୦୧୩ରେ ଲିଭରପୁଲ ପକ୍ଷରୁ ଖେଳୁଥିବା ବେଳେ ଚେଲସୀର ବ୍ରାନିସ୍ଲୋଭା ଇଭାନୋଭିଚଙ୍କୁ କାମୁଡି ଦେଇଥିଲେ । ତାଙ୍କ ଉପରେ ୧୦ ମ୍ୟାଚର ପ୍ରତିବନ୍ଧ ଲଗା ଯାଇଥିଲା । ସୁଆରେଜ ୧୪୨ ମ୍ୟାଚରେ ୬୯ ଆନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି । ୨୦୦୭ରେ ସେ ଆନ୍ତର୍ଜାତୀୟ ଫୁଟବଲରେ ପଦାର୍ପଣ କରିଥିଲେ ।

Comments are closed.