ନୂଆଦିଲ୍ଲୀ: ୨୦୨୬ର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ ମଙ୍ଗଳବାର ଦିନ ହେବାକୁ ଯାଉଅଛି। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେଉଥିବାରୁ ଏହାର ଧାର୍ମିକ ପ୍ରଭାବ ଏବଂ ସୂତକ ସମୟ ବୈଧ ହେବ। ବାସ୍ତୁ ଶାସ୍ତ୍ର ଅନୁସାରେ, ଗ୍ରହଣ ସମୟରେ ନକାରାତ୍ମକ ଶକ୍ତିର ସଞ୍ଚାଳନ ବୃଦ୍ଧି ପାଇଥାଏ।ତେଣୁ ଯଦି ଘରେ କିଛି ଏପରି ଜିନିଷ ଥାଏ ଯାହାଦ୍ଵାରା ଏପରି ଶକ୍ତି ଦ୍ଵିଗୁଣିତ ହୋଇପାରେ କିମ୍ବା ପରିବାରର ସୁଖ ଶାନ୍ତି ଉପରେ ପ୍ରଭାବ ପଡିପାରେ ତେବେ ସେ ସବୁକୁ ବାହାର କରିଦେବା ଉଚିତ। ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ପୂର୍ବରୁ ଘରୁ କେଉଁ ଜିନିଷ ବାହାର କରିବା ଉଚିତ ଏବଂ କେଉଁ ନିୟମ ପାଳନ କରିବାକୁ ପଡିବ।
ଯଦି ଆପଣଙ୍କ ମନ୍ଦିର କିମ୍ବା ଘରେ କୌଣସି ମୂର୍ତ୍ତି ସାମାନ୍ୟ ଭାଙ୍ଗି ଯାଇଥାଏ ତାହେଲେ ତାକୁ ତୁରନ୍ତ ବାହାର କରିଦେବା ଉଚିତ୍। ଗ୍ରହଣ ସମୟରେ ଏହି ଭଙ୍ଗା ମୂର୍ତ୍ତିଗୁଡ଼ିକରେ ନକାରାତ୍ମକ ଶକ୍ତି କେନ୍ଦ୍ରିତ ହୋଇଥାଏ ଯାହାଦ୍ଵାରା ଘରେ ଦାରିଦ୍ର୍ୟ ଆସିପାରେ।
ବାସ୍ତୁରେ ବନ୍ଦ ଘଣ୍ଟାକୁ ପ୍ରଗତି ରୋକିବାର ପ୍ରତୀକ ଭାବରେ ବିବେଚନା କରାଯାଏ। ଯାହା ପରିବାର ସଦସ୍ୟଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିପାରେ। ସେହିପରି ଯଦି ଘର ଭିତରେ କୌଣସି ଗଛ ଶୁଖିଯାଇଛି ତେବେ ସେଗୁଡ଼ିକୁ ମଧ୍ୟ ବାହାର କରିଦେବା ଉଚିତ୍। ଗ୍ରହଣ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯେକୌଣସି ଖାଦ୍ୟକୁ ମଧ୍ୟ ସାରି ଦେବା ଉଚିତ୍ କିମ୍ବା ସେଥିରେ ତୁଳସୀ ପତ୍ର ମିଶାଇ ରଖି ଦିଅନ୍ତୁ। କାରଣ ଗ୍ରହଣ ପରେ ତୁଳସୀ ବିନା ବାସି ଖାଦ୍ୟକୁ ଅଶୁଦ୍ଧ ବୋଲି ବିବେଚନା କରାଯାଏ।
ଏହା ବ୍ୟତୀତ ଘରର ମୁଖ୍ୟ ଫାଟକ ପାଖରେ ରଖାଯାଇଥିବା ପୁରୁଣା ଛିଡା ଜୋତା ଏବଂ ଚପଲ ରାହୁ ଓ କେତୁଙ୍କ ପ୍ରଭାବକୁ ବୃଦ୍ଧି କରେ। ଗ୍ରହଣ ପୂର୍ବରୁ ସେଗୁଡ଼ିକୁ ଫୋପାଡି ଦେବା ଉଚିତ୍।
ଏସବୁ ବ୍ୟତୀତ ସୂତକ ସମୟ ଆରମ୍ଭ ହେବା ପୂର୍ବରୁ, କ୍ଷୀର, ଦହି ଏବଂ ପାନୀୟ ଜଳରେ ତୁଳସୀ ପତ୍ର ମିଶାନ୍ତୁ। କାରଣ ତୁଳସୀକୁ ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଏବଂ ନକରାତ୍ମକତାକୁ ଦୂର କରୁଥିବା ଔଷଧ ଭାବରେ ବିବେଚନା କରାଯାଏ।ଏଥିସହିତ ଘର ମନ୍ଦିରକୁ ପରଦାରେ ଘୋଡ଼ାଇ ଦିଅନ୍ତୁ ଓ ଏହି ସମୟରେ ମୂର୍ତ୍ତି ସ୍ପର୍ଶ କରିବାରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ।
ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ କିମ୍ବା କୌଣସି ଧାରୁଆ ବସ୍ତୁ ବ୍ୟବହାର କରିବା ଉଚିତ୍ ନୁହେଁ।