Latest Odisha News

BREAKING NEWS

କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ସୂଚନା ଦିଆଯାଇଛି।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତେହେସିନ ଏସ ପୁନାୱାଲା ବନାମ ଭାରତ ସରକାର ମୋକଦ୍ଦମାର ବିଚାର ସମୟରେ ସମସ୍ତ ପକ୍ଷମାନଙ୍କ ଶୁଣାଣି କରି ୨୦୧୮ ସେପ୍ଟେମ୍ବର ୨୪ ତାରିଖର ରାୟରେ ପ୍ରକାଶ କରିଛନ୍ତି ଯେ ଭିଡ ହିଂସା ଏକ ଅପରାଧ ଓ ସେଥିରେ ଭାଗନେଉଥିବା ଯେ କୌଣସି ବ୍ୟକ୍ତିଙ୍କୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ।

ଜଣଙ୍କର ଅପରାଧ ପାଇଁ ଦଳ ଓ ଷଡଯନ୍ତ୍ରରେ ଭାଗନେଉଥିବା ସମସ୍ତ ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ। ସୁତରାଂ ଓଡ଼ିଶା ପୋଲିସ ତରଫରୁ ସମସ୍ତ ବ୍ୟକ୍ତିମାନଙ୍କୁ ସଚେତନ କରାଯାଉଛି କି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଅନ୍ତୁ ନାହିଁ। ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ଓଡ଼ିଶା ପୋଲିସ ତରଫରୁ ଜନହିତରେ ଏହି ସୂଚନା ଜାରି କରାଯାଇଛି।

Comments are closed.