ବ୍ରହ୍ମପୁର: ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ବ୍ରହ୍ମପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ଜଜ୍(ଏସ୍ଡିଜେଏମ୍) ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଆଇନ୍ଜୀବୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନାମ ଭଗବାନ ସାହୁ (୫୧)ଏବଂ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ତାଙ୍କୁ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦିଆଯାଇଛି। ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
କୌଣସି ଏକ ମାମଲାର ବିଚାର ପାଇଁ ଭଗବାନ ଏସଡିଜେଏମ୍ଙ୍କ କୋର୍ଟକୁ ଆଣିଥିଲେ। ହଠାତ୍ ଜଜ୍ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତେବେ ସେ କାହିଁକି ଆକ୍ରମଣ କରିଛନ୍ତି, ତାହାର କାରଣ ଜଣାପଡ଼ିନାହିଁ। ଏସ୍ପି ସର୍ବଣାଙ୍କ କହିବାନୁଯାୟୀ, ଭଗବାନଙ୍କ ନାମରେ ପୂର୍ବରୁ ବଡ଼ବଜାର ଥାନାରେ ୩ଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରହିଛି। ପୂର୍ବରୁ ମଧ୍ୟ ସେ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତେବେ ସୋମବାର ସେ କାହିଁକି କୋର୍ଟ ଆସିଥିଲେ, ତାହାର ତଦନ୍ତ କରାଯାଉଛି। ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରାଯାଇଛି। ଭଗବାନଙ୍କୁ ଅଟକ ରଖାଯାଇଛି। ବିଚାର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ପୋଲିସ ବିଭାଗର ବୈଠକ ଅନୁଷ୍ଠିତ ହୋଇଥାଏ। ଗତ ବୈଠକରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ଜିଲା ଜଜ୍ଙ୍କ କୋର୍ଟରେ ଜଣେ ହାବିଲଦାର ଏବଂ ୪ଟଜଣ କନେଷ୍ଟବଳଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
BREAKING NEWS
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
Comments are closed.