ବ୍ରହ୍ମପୁର: ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ବ୍ରହ୍ମପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ଜଜ୍(ଏସ୍ଡିଜେଏମ୍) ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଆଇନ୍ଜୀବୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନାମ ଭଗବାନ ସାହୁ (୫୧)ଏବଂ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ତାଙ୍କୁ ବୈଦ୍ୟନାଥପୁର ଥାନା ପୋଲିସରେ ଜିମା ଦିଆଯାଇଛି। ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ନିଜେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
କୌଣସି ଏକ ମାମଲାର ବିଚାର ପାଇଁ ଭଗବାନ ଏସଡିଜେଏମ୍ଙ୍କ କୋର୍ଟକୁ ଆଣିଥିଲେ। ହଠାତ୍ ଜଜ୍ଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ତେବେ ସେ କାହିଁକି ଆକ୍ରମଣ କରିଛନ୍ତି, ତାହାର କାରଣ ଜଣାପଡ଼ିନାହିଁ। ଏସ୍ପି ସର୍ବଣାଙ୍କ କହିବାନୁଯାୟୀ, ଭଗବାନଙ୍କ ନାମରେ ପୂର୍ବରୁ ବଡ଼ବଜାର ଥାନାରେ ୩ଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରହିଛି। ପୂର୍ବରୁ ମଧ୍ୟ ସେ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତେବେ ସୋମବାର ସେ କାହିଁକି କୋର୍ଟ ଆସିଥିଲେ, ତାହାର ତଦନ୍ତ କରାଯାଉଛି। ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରାଯାଇଛି। ଭଗବାନଙ୍କୁ ଅଟକ ରଖାଯାଇଛି। ବିଚାର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ପୋଲିସ ବିଭାଗର ବୈଠକ ଅନୁଷ୍ଠିତ ହୋଇଥାଏ। ଗତ ବୈଠକରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ଜିଲା ଜଜ୍ଙ୍କ କୋର୍ଟରେ ଜଣେ ହାବିଲଦାର ଏବଂ ୪ଟଜଣ କନେଷ୍ଟବଳଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
BREAKING NEWS
- ଡିସେମ୍ବର ୩୧ ଓ ନୂଆ ବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା…
- ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ; ୩ ଦିନରେ ୫.୧୮ କୋଟିର ବେଆଇନ ମାଦକ ଦ୍ରବ୍ୟ ଜବତ
- ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ
- ‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…
- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର
- ଭୋଜିରେ ରାଇତା ଖାଇ ହଟହଟା; ରାବିଜ୍ ଟୀକା ନେବାକୁ ହସ୍ପିଟାଲ୍ ଦୌଡିଲେ ୨୦୦ରୁ ଅଧିକ ଲୋକ
- ଗଣତନ୍ତ୍ର ଦିବସ: କର୍ତ୍ତବ୍ୟ ପଥରେ ଗଡିବ ଓଡ଼ିଶା ପ୍ରଜ୍ଞାପନ ମେଢ଼
- ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ରକୁ ହରାଇଲା ଓଡିଶା
- ଦୁବାଇରେ ମଶା ଆତଙ୍କ, ସରକାର ଦେଲେ ଟିପ୍ସ…
- Public Grievance: ଏହି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Comments are closed.