Latest Odisha News

BREAKING NEWS

ଶେଷ ହେଲା ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା

ଯାଜପୁର: ସମାପ୍ତ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ଆଜି ପୀଠରେ ବିରଜା ଦେବୀଙ୍କ ମହା ଦଶମୀ ପୂଜା ।

ଗତକାଲି ଅପରାହ୍ନ ରେ ମା ବିରଜାଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ମନ୍ଦିର ବେଢା ଚତୁରପାର୍ଶ୍ୱ ପରିକ୍ରମା କରିଥିଲେ । ଏହାପରେ ରାତିରେ ମାଙ୍କ ବିଜେ ପ୍ରତିମା ରଥରୁ ଓହ୍ଲାଇ ମହିଷାସୁର ନିଧନ ଲାଗି ଲାଖବିନ୍ଧା ପଡିଆ ଅଭିମୁଖେ ଯାତ୍ରା କରିଥିଲେ ।

ସେଠାରୁ ନିଶାର୍ଦ୍ଧ ରାତି ରେ ଚର୍ତୁପାର୍ଶ୍ବ କୁ ଲାଖ ବିନ୍ଧିବା ପରେ ମନ୍ଦିର ପ୍ରତ୍ୟାବର୍ତନ କରିଛନ୍ତି। ଏହାପରେ ସ୍ବତନ୍ତ୍ର ପୁଜାର୍ଚନା ପରେ ମା ସିହାଂସନ ଆରୋହଣ କରିଛନ୍ତି । ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । କାେଭିଡ କଟକଣା ରଥଯାତ୍ରା ହେଉଥିବାରୁ ଲାଖବିନ୍ଧା ଯାତ୍ରାର ଶେଷ ପର୍ଯ୍ୟନ୍ତ ମନ୍ଦିର ଚାରିପାଖ ଏବଂ ଲାଖବିନ୍ଧା ପଡିଆ ଏବଂ ସଂଯୋଗ କରୁଥିବା ରାସ୍ତାରେ ୧୪୪ଧାରା ବଳବତ୍ତର ରହିଛନ୍ତି ।

Leave A Reply

Your email address will not be published.