Latest Odisha News

ଦୀର୍ଘ ୯ ମାସ ପରେ ଖୋଲିଲା ମାଆ ବିରଜାଙ୍କ ଦ୍ୱାର

ଯାଜପୁର: ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କରୋନା କଟକଣା ଯୋଗୁଁ ୯ ମାସ ହେବ ଭକ୍ତଙ୍କ ପାଇଁ ମାଆଙ୍କ ଦ୍ୱାର ବନ୍ଦ ରଖାଯାଇଥିବା ବେଳେ ଆଜିଠାରୁ ଏଠାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

ସୂଚନାନୁସାରେ, ସକାଳ ୬ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଆଙ୍କ ଦର୍ଶନ କରିପାରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି । ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଜାନୁଆରୀ ୧ରୁ ୩ ଯାଏଁ ମନ୍ଦିରରେ ଦର୍ଶନ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.