Latest Odisha News

BREAKING NEWS

ଫ୍ରାନ୍ସରେ ମିଳିବ ଫ୍ରୀ କଣ୍ଡୋମ

ପ୍ୟାରିସ: ଫ୍ରାନ୍ସବାସୀଙ୍କ ପାଇଁ ଖୁସି ଖବର । ଏଥର ସରକାରଙ୍କ ପକ୍ଷରୁ ଫ୍ରୀ କଣ୍ଡୋମ ଯୋଗାଇ ଦିଆଯିବ । ଆସନ୍ତା ବର୍ଷ ଜାନୁୟାରୀରେ ଏହା ଲାଗୁ କରାଯିବ । ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରିଛନ୍ତି । ଏଠାରେ ଏଡ୍ସ, ଏସଟିଆଇ ଓ ଅନାବଶ୍ୟକ ପ୍ରେଗେନ୍ସି ରୋକିବାରେ ଏହା ସହାୟ ହେବ ବୋଲି ଆଶା କରାଯାଉଛି । ୨୦୨୦ରୁ ୨୧ ମଧ୍ୟରେ ଫ୍ରାନ୍ସରେ ସେକ୍ସୁଆଲୀ ଟ୍ରାନ୍ସମିଟେଡ ଇନଫେକଶନ ୩୦ ପ୍ରତିଶତ ବଢ଼ିଛି । ସେହିପରି ୨୦୨୧ରେ ଏଡ୍ସର ୫୦୦୦ ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ସରକାର ୨୬ ବର୍ଷ ପର୍ଯ୍ୟନ୍ତ ମହିଳା କ୍ଷେତ୍ରରେ ଗର୍ଭନିରୋଧକ ଫ୍ରୀ କରି ଦିଆ ଯାଇଥିଲା । ଫ୍ରାନ୍ସର ଯୁବପିଢ଼ୀ ବେଶୀ ମାତ୍ରାରେ ଏସଟିଡିରେ ଆକ୍ରାନ୍ତ ହେଉଛନ୍ତି । ଯାହାକି ଏକ ଚିନ୍ତାର କାରଣ ସାଜିଛି ।

୨୦୧୨ରୁ ୧୬ ମଧ୍ୟରେ ଗୋନେରିୟା ଓ କ୍ଲେମେଡିୟା ସଂକ୍ରମଣ ମାମଲା ୩ଗୁଣ ବଢ଼ିଯାଇଛି । ଫ୍ରାନ୍ସରେ ଯୁବକମାନେ କଣ୍ଡୋମ ବ୍ୟବହାର ନେଇ ଏତେଟା ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ୱାସ୍ଥ୍ୟ ସମୀକ୍ଷକମାନେ କହିଛନ୍ତି । ଭାରତରେ ୨୦୧୦ରୁ ୧୯ ମଧ୍ୟରେ ଏଚଆଇଭି ମାମଲାରେ ୩୭ ପ୍ରତିଶତ ହ୍ରାସ ଘଟିଛି । ପରିବାର ଏବଂ କଲ୍ୟାଣ ମନ୍ତ୍ରଣାଳୟ ୨୦୧୯ ଅନୁଯାୟୀ ଭାରତରେ ୨୩.୪୯ ଲକ୍ଷ ଲୋକ ଏଚଆଇଭିରେ ସଂକ୍ରମିତ । ଭାରତ ସରକାର ମଧ୍ୟ କଣ୍ଡୋମର ବହୂଳ ବ୍ୟବହାର ନେଇ ଅଭିଯାନ ଚଳାଇଛନ୍ତି ।

Leave A Reply

Your email address will not be published.