Latest Odisha News

BREAKING NEWS

ପଥରରେ ପ୍ରସ୍ତୁତ ଖାଦ୍ୟର ବେଶ୍ ଚାହିଦା

ଚୀନ: ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଇନିଜ୍ ଖାଦ୍ୟ ଖାଇଥିବେ । ଯେପରି- ଚାଉମେନ୍‌, ରୋଲ,ଚିକେନ ପକୋଡ଼ା, ମଞ୍ଚୁରିଆନ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ଇତ୍ୟାଦି । କିନ୍ତୁ ଆପଣ ସେହି ଚାଇନିଜ୍ ଖାଦ୍ୟ ବିଷୟରେ ଜାଣିଛନ୍ତି, ଯାହା ପଥରରେ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ରୋଷେୟା ଏକ ବିରାଟ ପ୍ୟାନରେ ଚକଚକିଆ କଳା ପଥର ଫ୍ରାଏ କରୁଥିବା ଦେଖିବାକୁ ମିଳିଛି । ଏହି ଖାଦ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଚାଇନିଜ୍ ଖାଦ୍ୟର ନାମ ହେଉଛି ‘ସୌଦିଉ’ । ଏହାକୁ ଦୁନିଆର ସବୁଠୁ କଠିନ ଖାଦ୍ୟ ବୋଲି ବିବେଚନା କରାଯାଇଥାଏ । ଏହି ଖାଦ୍ୟରେ ମୁଖ୍ୟ ସାମଗ୍ରୀ ଭାବେ ପଥରକୁ ବ୍ୟବହାର କରାଯାଏ । କୁହାଯାଏ, ଏହି ଅଦ୍ଭୁତ ଖାଦ୍ୟର ଉତ୍ପତ୍ତି ବହୁ ପ୍ରାଚୀନ କାଳରୁ ଚିର ହୁୱେଇରୁ ହୋଇଥିଲା । ସେଠାରେ ନଦୀକୂଳରେ ରହୁଥିବା ନାବିକଙ୍କୁ ପନିପରିବା ଏବଂ ଜୀବଜନ୍ତୁଙ୍କ ଅଭାବ ହେଉଥିଲା । ସେହି ସମସ୍ୟାରୁ ବର୍ତ୍ତିବା ପାଇଁ ସେମାନେ କିଛି ପଥରକୁ ଏକାଠି କଲେ । କିଛି ମସଲା ସହିତ ସେହି ପଥରକୁ ଭାଜୁଥିଲେ । ଖାଇବାବେଳେ ସେମାନେ କେବଳ ପଥରରୁ ସମସ୍ତ ମସଲା ଚାଟି ସଫା କରିବା ପରେ ପଥରକୁ ଫୋପାଡ଼ି ଦିଅନ୍ତି । ସୌଦିଉର ଅର୍ଥ ହେଉଛି ଚାଟିବା । ସେଥିପାଇଁ ଖାଦ୍ୟର ନାମ ଏପରି ରଖାଯାଇଛି । ସେବେଠାରୁ ଏପରି ଏକ ଚାଇନିଜ୍ ଖାଦ୍ୟର ଉତ୍ପତ୍ତି ହୋଇଛି । ଏହି ଖାଦ୍ୟର ମୂଲ୍ୟ ୧୬ ୟୁଆନ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୮୦ ଟଙ୍କାରୁ ଊର୍ଦ୍ଧ୍ୱ ।

Leave A Reply

Your email address will not be published.