Latest Odisha News

ଔଷଧୀୟ ମାଧବୀ ଚେର ସହ ବାଇକ ଜବତ, ୨ ଗିରଫ

ବୁଗୁଡା: ବୁଗୁଡା ବନବିଭାଗ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନରେ ଅକ୍ଟୋବର ୧୯ ତାରିଖ ଦିନ ୮୦ କିଲୋ ଔଷଧିୟ ମାଧବୀ ଚେର ଏବଂ ଏକ ବାଇକ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୋଟ ବଡ଼ ଦୁଇଟି ବସ୍ତାରେ ୮୦ କିଲୋ ଔଷଧିୟ ମାଧବୀ ଚେର ଧରି ଏକ ବାଇକରେ କୁମୁଟା ଗ୍ରାମର ଧବଳେଶ୍ବର ସେଠୀ, ପିତା-ଫକୀର ଓ ଧୋଡାପଲ୍ଲୀ ଗ୍ରାମର ମନୋଜ ସେଠୀ,ପିତା-ଚୈତନ୍ୟ ଯାଉଥିବା ସମୟରେ ମାଣିତରା ସେକସନ ବନବିଭାଗ କର୍ମଚାରୀ ବୃନ୍ଦ ଦୁହିଁଙ୍କୁ କାବୁ କରି ଗିରଫ କରିବା ସହ ମାଧବୀ ଚେର ଓ ବାଇକ ଜବତ କରିବାରେ ସଫଳ ହୋଇଥିଲେ।

ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ମାଣିତରା ସେକସନ ବନପାଳ ସରସ୍ଵତୀ ନାୟକଙ୍କ ନେତୃତ୍ୱରେ ଛାମୁଣ୍ଡା ବନରକ୍ଷୀ ଆରତୀ କୁମାରୀ ପଣ୍ଡା , ପାରା ଫରେଷ୍ଟର କର୍ମଚାରୀ ଓ ବନସୁରକ୍ଷା ସମିତି ସଦସ୍ୟ ବୃନ୍ଦ ଏହି ଚଢ଼ାଉ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ଏନେଇ ବୁଗୁଡା ବନାଞ୍ଚଳ କେଶ ନଂ ୩୭୫/୨୦-୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଆସାମୀ ଧବଳେଶ୍ବର ଓ ମନୋଜ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.