Latest Odisha News

ମୋଦୀଙ୍କୁ ଗୁଜରାଟ ନିର୍ବାଚନରେ ଔକାତ ଦେଖାଇବୁ: ମିସ୍ତ୍ରୀ

ଅହମଦାବାଦ: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଔକାତ ଜଣାଇଦେବେ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲ ହୋଇପାରିବେ ନାହିଁ। ରାଜ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାମ ପରିବର୍ତ୍ତନ ସହ ଜଡିତ ପ୍ରଶ୍ନ ଉପରେ ମିସ୍ତ୍ରୀ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି।

ଶନିବାର ସେ ହିନ୍ଦୀ ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜକୁ ଖୋଲାଖୋଲି ଭାବରେ କହିଛନ୍ତି, ମୁଁ କହିବି ଯେ ଆମେ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଔକାତ ଦେଖାଇବୁ। ତାଙ୍କୁ ସର୍ଦ୍ଦାର ପଟେଲଙ୍କ ସହ ତୁଳନା କରାଯାଇପାରିବ ନାହିଁ। ଯିଏ ଆଜିର ଭାରତ ତିଆରି କରିଛି, ଦେଶର ବଡ ରାଜା ତଥା ରାଜକୁମାର ରାଜ୍ୟମାନଙ୍କୁ ଏକତ୍ର କରିଛି। ସ୍ବାଧୀନ ଭାରତର ଗୃହମନ୍ତ୍ରୀଙ୍କ ସହ ନରେନ୍ଦ୍ର ମୋଦୀଙ୍କୁ ତୁଳନା କରିବା ହାସ୍ୟାସ୍ପଦ।

କଂଗ୍ରେସର ବରିଷ୍ଠ ନେତା ଏହି ସମୟରେ ଗୁଜରାଟରେ ତିଆରି ହୋଇଥିବା ଷ୍ଡାଡିୟମର ନାମକରଣ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖିବାକୁ ଆପତ୍ତି ଜାହିର କରିଛନ୍ତି। ସର୍ଦ୍ଦାର ବଲ୍ସିଭଭାଇ ଷ୍ଟାଡିୟମର ନାମ ପରିବର୍ତ୍ତନ କରାଇ ସେ ତାଙ୍କ ନାମ କରାଇ ଲଜ୍ଜିତ ହେବା ଉଚିତ୍।

ମିସ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଡିୟମର ନାମ ପରିବର୍ତ୍ତନ କରିଛନ୍ତି କାରଣ ସେ ନିଜକୁ ସର୍ଦ୍ଦାର ପଟେଲଙ୍କ ସହ ସମାନ କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ନିଜକୁ ପଟେଲଙ୍କ ସହ ତୁଳନା କରନ୍ତି, କିନ୍ତୁ ସର୍ଦ୍ଦାର ପଟେଲଙ୍କ ତୁଳନାରେ ସେ କୌଣସି ସ୍ଥାନରେ ଛିଡା ହୋଇ ପାରିବେ ନାହିଁ। ସରକାର ଗଢିଲେ ପ୍ରଥମ କ୍ୟାବିନେଟ ବୈଠକରେ ଆମେ ଷ୍ଟାଡିୟମର ନାମ ପରିବର୍ତ୍ତନ କରିବୁ।

ଉଲ୍ଲେଖଯୋଗ୍ୟ, ବିରୋଧୀ କଂଗ୍ରେସ ଶନିବାର କହିଛି ଯେ ଯଦି ଗୁଜରାଟ ନିର୍ବାଚନରେ ​​କ୍ଷମତାକୁ ଆସେ ତେବେ ଏହା ଅହମ୍ମଦାବାଦର ମୋଟେରାରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ ନାମରେ ନାମିତ କରିବ।

ଗୁଜୁରାଟରେ ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଡିସେମ୍ବର ୧ ଏବଂ ୫ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ଡିସେମ୍ବର ୮ ରେ ହେବ।

Comments are closed.