Latest Odisha News

BREAKING NEWS

ଏହି ଦିନ ଆପଣଙ୍କୁ ମିଳିବନି ମଦର ଗୋଟିଏ ବି ବୁନ୍ଦା, ‘ଡ୍ରାଏ ଡେ’ରେ ଏହି ରାଜ୍ୟରେ ବ୍ୟାନ୍ ହେଲା ମଦ

ମଧ୍ୟପ୍ରଦେଶ: ସଜେଇ ହେଉଛି ଅଯୋଧ୍ୟା । ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯାଇଛି । ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଡ୍ରାଏ ଡେ ଭାବେ ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟରେ ସମସ୍ତ ପ୍ରକାର ମଦ ଦୋକାନ ବନ୍ଦ ରହିବ ।

BjdElectrycity

ଏହାପୂର୍ବରୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ଛତିଶଗଡ ଏବଂ ରାଜସ୍ଥାନ ସରକାର ମଧ୍ୟ ଜାନୁଆରୀ ୨୨ ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଉଜ୍ଜୈନରେ ମୋହନ ଯାଦବ କହିଛନ୍ତି, “ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରରେ ଏକ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଏହାକୁ ନେଇ ସମଗ୍ର ଦେଶ ଆନନ୍ଦିତ । ଆଉ ଆମେ ନିଷ୍ପତ୍ତି ନେଇଛୁ ଯେ ଜାନୁୟାରୀ ୨୨ରେ ରାଜ୍ୟ ଡ୍ରାଏ ଡେ ରହିବ ଅର୍ଥାତ୍ ରାଜ୍ୟରେ ମଦ ବିକ୍ରୀ ହେବ ନାହିଁ ।

 

Leave A Reply

Your email address will not be published.