ଭୋପାଳ: ମଧ୍ୟପ୍ରଦେଶରେ ଗଧଙ୍କ ସଂଖ୍ୟା କମିବାରେ ଲାଗିଛି । ପରିସ୍ଥ୍ିତି ଏ ଭଳି ହୋଇଛି ଯେ, ଏଠାରେ ଗଧ ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାମୀଣ ଭାରତରେ ଗଧ ସର୍ବଦା ପରିବହନ ଓ ବ୍ୟବସାୟର ମୂଖ୍ୟ ଆଧାର ରହି ଆସିଛି । ୩ ଦଶକ ମଧ୍ୟରେ ୯୪ ପ୍ରତିଶତ ଗଧଙ୍କ ସଂଖ୍ୟା କମିଛି । ୧୯୯୭ରେ ଏଠାରେ ୫୦ ହଜାର ପାଖାପାଖି ଗଧ ଥିବା ବେଳେ ଏବେ ଏହାର ସଂଖ୍ୟା କମି ୩୦୫୨ରେ ପଂହଚିଛି । ରାଜ୍ୟର ୫୫ ଜିଲ୍ଲାରୁ ୯ ରେ ଗଧ ନାହାନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଧ ଲୋପ ପାଇବାର ପ୍ରକୃତ କାରଣ ସମ୍ମୁଖକୁ ଆସିନି । ଚୀନରେ ଗଧ ଚମଡାର ଚାହିଦା ଥିବାରୁ ଚୋରାରେ ସେଠାକୁ ପଠାଯାଉଛି ।
ଯାହାକି ଗଧଙ୍କ ସଂଖ୍ୟା କମିବାର ପ୍ରମୂଖ କାରଣ ଭାବେ ବିବେଚନା କରାଯାଉଛି । ଚୀନ ଗଧର ଚମଡାରୁ ଏକ ପ୍ରକାର ଜିଲେଟିକ ବାହାର କରୁଛି । ଏଥିରୁ ପାରମ୍ପାରିକ ଟନିକ, କାମୋତେଜକ ଔଷଧ ଓ ଆଂଟି ଏଜିଂ କ୍ରିମ ପ୍ରସ୍ତୁତ କରାଯାଉଛି । ଗଧକୁ ଏଠାରେ ଲୁପ୍ତପ୍ରାୟ ପ୍ରଜାତି ଘୋଷଣା କରିବା ପାଇଁ ଦାବୀ ହେଉଛି । ସେହିପରି ଚୀନକୁ ଯେପରି ଏହା ପଠା ନ ଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।
Comments are closed.