Latest Odisha News

ଡିଉ ବେଳାଭୂମି କ୍ରୀଡା-୨୦୨୪: ଚାମ୍ପିଅନ୍ ହେଲା ମଧ୍ୟପ୍ରଦେଶ

ଡିଉ: ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ଡିଉର ସ୍ଵଚ୍ଛ ଓ ନିର୍ମଳ ଘୋଘଲା ବିଚ୍ ରେ ଆୟୋଜିତ ଭାରତର ପ୍ରଥମ ମଲ୍ଟି-ସ୍ପୋର୍ଟସ୍ ବେଳାଭୂମି କ୍ରୀଡା-୨୦୨୪ ଉଦଯାପିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ୭ଟି ସ୍ଵର୍ଣ୍ଣ ପଦକ ମୋଟ ୧୮ଟି ପଦକ ସହ ପଦକ ତାଲିକାରେ ଶୀର୍ଷରେ ରହିଛି । ଏହି ଏଲ୍ଲେଖନୀୟ ସଫଳତା କେବଳ ମଧ୍ୟପ୍ରଦେଶ ଦଳର କ୍ରୀଡା ଦକ୍ଷତା ପ୍ରଦର୍ଶନ କରିନାହିଁ ବରଂ ରାଜ୍ୟ ଭିତରେ ସୃଷ୍ଟି ହୋଇଥିବା ପ୍ରତିଭାର ଗଭୀରତାକୁ ମଯ୍ୟ ସାମ୍ନାକୁ ଆଣିଛି ।

ସେହିପରି ମହାରାଷ୍ଟ୍ର ୩ ସ୍ଵଣ୍ଣ ପଦକ ସହ ୧୪ଟି ପଦକ ଜିତିଥିବା ବେଳେ ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ଆୟୋଜକ ଦାଦରା, ନଗର ହାଭେଳୀ, ଡିଉ ଏବଂ ଡାମନ୍ ୧୨ଟି ଲେଖାଏଁ ପଦକ ଜିତିଛନ୍ତି । ଅନ୍ୟପଟେ ଆସାମ ୫ଟି ସ୍ଵର୍ଣ୍ଣ ସହ ମୋଟ ୮ଟି ପଦକ ଜିତିଛି ।

ଏହି ରୋମାଞ୍ଚକର ଘଟଣାକ୍ରମରେ ଲାକ୍ଷାଦ୍ଵୀପ ବିଚ୍ ଫୁଟବଲରେ ସ୍ଵଣ୍ଣ ପଦକ ହାସଲ କରିଛି, ଯାହା ଏହି ସୁନ୍ଦର ସ୍ଵୀପ ଅଞ୍ଚଳ ପାଇଁ ଏକ ଐତିହାସିକ ସଫଳତା । ପ୍ରତିଦ୍ଵନ୍ଦିତାପୂର୍ଣ୍ଣ ଫାଇନାଲରେ ସେମାନେ ମହାରାଷ୍ଟ୍ରକୁ ୫-୪ ଗୋଲରେ ପରାସ୍ତ କରିଥିଲେ । ଲାକ୍ଷାଦ୍ଵୀପର ବିଜୟ କେବଳ ପଦକ ବିଜେତାଙ୍କ ବିବିଧ ସାମର୍ଥ୍ୟକୁ ବଢାଇ ନାହିଁ ବରଂ ଡିଉ ବିଚ୍ ଗେମ୍ସ ୨୦୨୪ର ସାମଗ୍ରିକ ଏବଂ ଦେଶବ୍ୟାପି ପ୍ରଭାବକୁ ମଧ୍ୟ ସୂଚାଇଦେଇଛି ।

ଜାନୁଆରୀ ୪ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ପ୍ରତିଯୋଗିତା ଉତ୍ସର୍ଷର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୨୦୫ ମ୍ୟାଚ୍ ଅଧିକାରୀଙ୍କ ସହଯୋଗରେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୧ ବର୍ଷରୁ କମ୍ ବୟସର ୧୪୦୪ ଜଣ ଆଥଲେଟ୍ ବିଭିନ୍ନ କ୍ରୀଡା ବିଭାଗରେ ପ୍ରତିଦ୍ଵନ୍ଦିତା କରିଥିଲେ ।

Leave A Reply

Your email address will not be published.