Latest Odisha News

ସଂସଦ ଭବନ ଉଡାଇବା ଧମକ ଦେଇଥିବା ପୂର୍ବତନ ବିଧାୟକ ଗିରଫ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ କିଶୋର ସମରିତେଙ୍କୁ ପୋଲିସ ଗିରଫ କରିଛି । କିଶୋର ନୂତନ ଭାବେ ନିର୍ମିତ ସଂସଦ ଭବନ (ସେଂଟ୍ରାଲ ଭିସ୍ତା) ଉଡେଇଦେବେ ବୋଲି ଧମକ ଦେଇଥିଲେ । ସେ ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନେରାଲଙ୍କୁ ଏକ ବ୍ୟାଗରେ ଧମକ ଭରା ପତ୍ର ସହ ବିସ୍ଫୋଟକ ପଠାଇ ଏହି ଧମକ ଦେଇଥିଲେ । ସେ କିଛି ଦିନ ତଳେ ସୁପ୍ରିମକୋର୍ଟ ଓ ଲୋକସଭା ଅଧ୍ୟକ୍ଷଙ୍କୁ ମଧ୍ୟ ଧମକପୂର୍ଣ୍ଣ ଚିଠି ଦେଇଥିଲା । ଲାଂଜି ବିଧାନସଭାର ଏହି ପୂର୍ବତନ ବିଧାୟକଙ୍କ ନକ୍ସଲଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା ।

କଂଗ୍ରେସ ଷ୍ଟୁଡେଂଟ ୱିଙ୍ଗରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଏହି ବ୍ୟକ୍ତି ପରେ ଜନତା ଦଳ ଏବଂ ସମାଜବାଦୀ ପାର୍ଟିରେ ମିଶିଥିଲେ । ୨୦୦୭ରେ ଏସପି ଟିକେଟରେ ସେ ଉପ ନିର୍ବାଚନରେ ବିଜୟ ହାସଲ କରିଥିଲେ । ସେ ସମୟରେ ସେ ଏକ ପଶୁ ବିକ୍ରି କେନ୍ଦ୍ର ଜଳାଇବା ଅଭିଯୋଗରେ ଜେଲ ଯାଇଥିଲେ । ଏହା ପରେ ୨୦୨୨ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ମଧ୍ୟ ବିଜୟ ହାସଲ କରିପାରି ନ ଥିଲେ । ସେ ଏବେ ସଂଯୁକ୍ତ କ୍ରାନ୍ତି ପାର୍ଟିର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ନାମରେ ବିଭିନ୍ନ ଥାନାରେ ୧୭ କେସ ରହିଛି । ନିର୍ବାଚନ ଲଢ଼ିବା ପାଇଁ କିଡନି ବିକ୍ରି କରିବାକୁ ଅନୁମତି ମାଗି ଚର୍ଚ୍ଚାରେ ରହିଥିଲେ ।

Leave A Reply

Your email address will not be published.