Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା, ବେହୋସ ହୋଇ ରାସ୍ତାରେ ପଡି ରହିଲେ ସ୍ୱାସ୍ଥ୍ୟକର୍ମୀ

ଭୋପାଲ: ଡ୍ୟୁଟି ସମୟରେ ଟିଳି ପଡିଲେ କରୋନା ଯୋଦ୍ଧା । ସହି ପାରିଲେନି ୪୪ ଡିଗ୍ରୀ ଖରା । ଅସହ୍ୟ ଗରମ ଲାଗି ହୋଇଗଲେ ବେହୋସ । ସେ ପୁଣି ଏକ ବଡ ହସ୍ପିଟାଲ ଆଗରେ । ରାସ୍ତାରେ ଅଧଘଂଟାରୁ ଅଧିକ ସମୟ ବୋହସ ପଡି ରହିଥିଲେ ସୁଦ୍ଧା କେହି ମଧ୍ୟ ଆସିଲେନି । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ଜୀବନକୁ ବଂଚାଉଥିବା କରୋନା ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ।

ଗରମ ସହି ନପାରି ଜଣେ ସ୍ୱାସ୍ଥ୍ୟକର୍ମୀ ଅଚେତ ହୋଇପଡିବା ପରେ ତାଙ୍କୁ କେହି ସାହାଯ୍ୟରେ ହାତ ବଢ଼ାଇ ନଥିବା ଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ଆଶ୍ଚର‌୍ୟ୍ୟର କଥା ହେଲା, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଏକ ବଡ ଡାକ୍ତରଖାନା ଆଗରେ ହିଁ ଅଚେତ ହୋଇ ଟଳି ପଡ଼ିଥିଲେ । ତାଙ୍କ ଅବସ୍ଥା ଦେଖି ମଧ୍ୟ ଡାକ୍ତରଖାନାର ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ ।

୧୦୮ଆମ୍ବୁଲାନ୍ସର ଚାଳକ ହୀରାଲାଲ ପ୍ରଜାପତି ବୁଧବାର ଟିବି ଡାକ୍ତରଖାନାରୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ଜଣେ କରୋନା ରୋଗୀଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ଏହି ସମୟରେ ସେ ପିପିଇ କିଟ ପିନ୍ଧି ଥିବାରୁ ଖରା ତାପ ସହି ନପାରି ଅଚେତ ହୋଇଯାଇଥିଲେ । ତାଙ୍କ ସହ ଥିବା ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ହୀରାଲାଲଙ୍କୁ ଭର୍ତ୍ତି କରିବା ପାଇଁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜକୁ ନିବେଦନ କରିଥିଲେ ମଧ୍ୟ ଡାକ୍ତର ଭର୍ତ୍ତି କରାଇବା ପାଇଁ ମନା କରି ଦେଇଥିଲେ । ଦୀର୍ଘ ୨୫ମିନିଟ ପର‌୍ୟ୍ୟନ୍ତ ୪୪ଡିଗ୍ରି ଖରାରେ ବାହାରେ ପଡି ରହିବା ପରେ ପାରାମେଡିକାଲ୍ କର୍ମଚାରୀ ତାଙ୍କୁ ତାଙ୍କ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ ଜ୍ଝ ସେଠାରେ ତାଙ୍କର ଚିକିତ୍ସା ହେବା ପରେ ଏବେ ସେ ସୁସ୍ଥ ଥିବା ଜଣା ପଡିଛି ।

Leave A Reply

Your email address will not be published.