Latest Odisha News

ପୋଲିସ ଓ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ପୋଲିସ ଓ ଗଣମାଧ୍ୟମର କ୍ୟାମେରା ସାମ୍ନାରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଏହି ହତ୍ୟାକାଣ୍ଡ ପ୍ରୟାଗରାଜରେ ହୋଇଛି। ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିବା ବେଳେ ହଠାତ ଦୁଇ ଜଣ ଆସି ଗୁଳିମାଡ କରାଯାଇଛି । ତେବେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଗୁଳି ବିନିମୟରେ ଅତିକ୍ ଏବଂ ତାର ଭାଇ ଅସରଫର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଅତିକର ପୁଅ ଅସାଦ ଅହମ୍ମଦ ଏବଂ ସୁଟର ଗୁଲାମକୁ ଏନକାଉଣ୍ଟରରେ ପୋଲିସ ହତ୍ୟା କରିଥିଲା।

ଏହି ଘଟଣା ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଘଟିଛି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରୟାଗରାଜକୁ ହାଇଆଲର୍ଟରେ ରଖାଯିବା ସହିତ ପୋଲିସ ଛାଉଣୀ ହୋଇଛି। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଆକ୍ରମଣକାରୀମାନେ ଆତିକର ମୁଣ୍ଡରେ ବନ୍ଧୁକ ଲଗାଇ ଗୁଳି ମାରିଥିଲେ। ୩ ଜଣ ଆକ୍ରମଣକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ହେଲେ ସେମାନେ କୌଣସି ମିଡିଆ ସଂସ୍ଥା ସହ ଜଡିତ ନଥିବା ଜଣାପଡ଼ିଛି।

ଶନିବାର ପ୍ରୟାଗର ମେଡିକାଲ କଲେଜ ନିକଟରେ ଅତିକ ଅହମ୍ମଦ ଏବଂ ଅସରଫ ଗୁଳି କରାଯାଇଥିଲା। ଯେତେବେଳେ ଉଭୟଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ସେମାନେ ମିଡିଆକୁ ପ୍ରତିକ୍ରିୟା ଦେବାର ଥିଲା। ଏହି ସମୟରେ ମିଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଅତିକ ଓ ତାର ଭାଇ ଅସରଫ ନିକଟକୁ ଯାଇଥିଲେ। ପରେ ଗୁଳି କରିଥିଲେ। ଅତିକକ ମୁଣ୍ଡରେ ଗୁଳି ବାଜିଥିଲା ​​ଏବଂ ଗୁଳି ମାଡର ଶିକାର ହେବା ପରେ ଉଭୟ ଭାଇ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପୋଲିସ କହିଛି ଯେ ଉଭୟ ଭାଇଙ୍କ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି।

Comments are closed.