Latest Odisha News

BREAKING NEWS

ପାଣି ଭିତରେ ଯାଦୁ ଦେଖାଇ କଲେ ଗିନିଜ୍ ୱାଲ୍ଡ ରେକର୍ଡ

ନୂଆଦିଲ୍ଲୀ: ପାଣି ଭିତରେ ଯାଦୁ କଳା ଦେଖାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଜଣେ ବ୍ରିଟିଶ ଯାଦୁକର।

ଏଭଳି ଯାଦୁ ଦ‌େଖାଇଥିବା ବ୍ୟକ୍ତିଙ୍କ ନାମ ମାର୍ଟିନ୍ ରିସ୍ ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ସେ ପ୍ରାୟ ୩ ମିନିଟରେ ପାଖାପାଖି ୨୦ଟି ଯାଦୁ କ‌ୌଶଳ ଦେଖାଇ ଗିନିଜ୍ ରେକର୍ଡ କରିବାରେ ସଫଳ ହୋଇପାରିଛନ୍ତି। ଏସମ୍ପର୍କରେ ମାର୍ଟିନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି।

’’ପାଣି ଭିତରେ ରହି କମ୍ ସମୟ ମଧ୍ୟରେ ଅଧିକ ଯାଦୁ କୌଶଳ ଦେଖାଇଥିବା‘‘ ନେଇ ଉକ୍ତ ‌ପୋଷ୍ଟର କ୍ୟାପସନରେ ସେ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ସେ ସ୍କାଏଡାଇଭରେ ଯାଦୁ ବିଦ୍ୟା ଦେଖାଇ ଖୁବ୍ ପ୍ରଶଂସିତ ମଧ୍ୟ ହୋଇଥିଲେ। ମାର୍ଟିଙ୍‌କ କହିବା ଅନୁଯାୟୀ ସେ ପିଲାବେଳେ ଥରେ ପାଣିରେ ବୁଡି ଯାଇଥିଲ‌େ। ଯାହା ପରେ ନ ଭିତରୁ ସେହି ଡରକୁ କାଡିବା ପାଇଁ ସେ ଅନବରତ ଚେଷ୍ଟା କରିଥିଲେ।

ପାଣି ଭିତରେ ଯାଦୁ କଳା ଦେଖାଇବା ଲାଗି ତାଙ୍କୁ ’ଡାଇଭିଂ ସର୍ଭିସେସ୍ ୟୁକେ’ ଓ ଅନ୍ୟ ଏକ ସଂସ୍ଥା ସହାୟତା ମଧ୍ୟ କରିଥିଲା ବୋଲି ସୂଚନା ମିଳିଛି।

 

 

Comments are closed.