Latest Odisha News

BREAKING NEWS

ଫିଲିପାଇନ୍ସରେ ତୀବ୍ର ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୯

ନୂଆଦିଲ୍ଲୀ: ଆଜି ଫିଲିପାଇନ୍ସର ଦକ୍ଷିଣ ମିଣ୍ଡାନାଓରେ ୬.୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି  ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ । ଭୂକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଅଞ୍ଚଳ କୂଳରୁ ୧୦ କିଲୋମିଟର ଦୂରରେ ପୃଥିବୀ ପୃଷ୍ଠରୁ ୬.୨ ମାଇଲ ଗଭୀରରେ ଥିଲା ।

ସୁନାମୀ ଚେତାବନୀ କେନ୍ଦ୍ରର ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ସୁନାମୀ ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ କାରଣରୁ କୌଣସି ଆହତ କିମ୍ବା କ୍ଷୟକ୍ଷତି ହେବାର ଖବର ମଧ୍ୟ ମିଳିନାହିଁ । ଫିଲିଫାଇନ୍ସର ଭୂକମ୍ପ ବିଜ୍ଞାନୀ ଏଜେନ୍ସି କହିଛି ଯେ, କିଛି ସମୟ ଧରି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ସହରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

 

 

Comments are closed.