Latest Odisha News

BREAKING NEWS

ମହାଆଳତୀ ମାଧ୍ୟମରେ ସଚେତନତା ସୃଷ୍ଟି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତେନ୍ତୁଳିଘାଟରେ ଲଙ୍କେଶ୍ୱରୀ କମିଟି ପକ୍ଷରୁ ମହାଆଳତୀ କରାଯାଇଛି। ପବିତ୍ର ମହାଳୟାରୁ ଏହି ମହାଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୂର୍ଣ୍ଣମୀ ଦିନ ଏହା ଶେଷ ହେବ।

ମହାନଦୀକୁ ସ୍ୱଚ୍ଛ ରଖିବା ସହିତ କରୋନା ମହାମାରୀକୁ ଦୂର କରିବାକୁ ଏକ ଅଭିନବ ଉପାୟରେ ଲଙ୍କେଶ୍ୱରୀ କମିଟି ପକ୍ଷରୁ ଚଳିତବର୍ଷ ପ୍ରଥମ ଥର ଲାଗି ମହାଆଳତୀ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଇଛି। ଏଥିରେ ମହାନଦୀ କୂଳରେ ୫ଟି ପେଣ୍ଡାଲ ତିଆରି କରାଯାଇ ମହାନଦୀ ଗର୍ଭରେ ରହିଥିବା ମା ଲଙ୍କେଶ୍ୱରୀ ଓ ଚିତ୍ରତ୍ପୋଳା ମହାନଦୀକୁ ଆଳତୀ କରାଯାଇଥିଲା। ଘଣ୍ଟ, ବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ମହାନଦୀ କୂଳ। ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

Leave A Reply

Your email address will not be published.