Latest Odisha News

BREAKING NEWS

ମହାକୁମ୍ଭ ୨୦୨୫: ଶ୍ରଦ୍ଧାଳୁଙ୍କ ପାଇଁ ଏଆଇ ପରିଚାଳିତ ସ୍ମାର୍ଟ ପାର୍କିଂ

ପ୍ରୟାଗ: ଚଳିତ ବର୍ଷ ମହାକୁମ୍ଭ ମେଳାରେ ସଙ୍ଗମ ସ୍ନାନ ପାଇଁ ପ୍ରାୟ  ୪୦ କୋଟି ଲୋକ ପ୍ରୟାଗରାଜ ଆସିବେ ବୋଲି ୟୁପି ସରକାର ଆକଳନ କରିଛନ୍ତି। ତେବେ ଭକ୍ତମାନେ ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ମଧ୍ୟରେ ଆସିବେ। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଅର୍ଦ୍ଧ କୁମ୍ଭ ମେଳାରେ ପ୍ରାୟ ୨୪ କୋଟି ଲୋକଙ୍କର ଆଗମନ ହୋଇଥିଲା।

ପ୍ରଶାସନର ଆକଳନ ହିସାବରେ ଜୌନପୁର ରୁଟ୍ ରୁ ସର୍ବାଧିକ ୨୧% ଲୋକ ମହାକୁମ୍ଭରେ ପହଞ୍ଚିବେ। ସେହିପରି ରିୱା ଏବଂ ବାନ୍ଦା ରୁଟ୍ ରୁ ୧୮% ଓ ୧୬% ଭକ୍ତ ବାରାଣସୀରୁ ଏବଂ ୧୪% କାନପୁର ରୁଟରୁ ଓ ୧୨% ମିର୍ଜାପୁର ରୁଟରୁ , ଲକ୍ଷ୍ନୌ ଆଡୁ ୧୦% ଏବଂ ପ୍ରତାପଗଡ଼ ରୁଟ୍ ରୁ ୯% ଲୋକ ଆସିବାର ସମ୍ଭାବନା ଅଛି।

ଅଟୋ-ଟେକ୍ ସୁପର ଆପ୍ ପାର୍କ+, ମେଗା ଇଭେଣ୍ଟ ସମୟରେ ଭକ୍ତମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ ପ୍ରୟାଗରାଜରେ ପ୍ରଥମ ସ୍ମାର୍ଟ ପାର୍କିଂ ପରିଚାଳନା ପ୍ରଣାଳୀ ପ୍ରଚଳନ କରାଯାଇଛି। ଏହି ଆପ୍ ମହାକୁମ୍ଭ ମେଳା ୨୦୨୫ ସହ ସହଭାଗୀ ହୋଇଛି।

ତେବେ ୨୪ଟି ସାଟେଲାଇଟ୍ ପାର୍କିଂ ସ୍ଥାନ ରହିଛି ସେଥିମଧ୍ୟରୁ ୧୮ଟି କୁମ୍ଭମେଳା ସ୍ଥାନରେ ଥିବାବେଳେ ୬ଟି ପ୍ରୟାଗରାଜ ସହରରେ ଅଛି। ତେବେ ସମସ୍ତ ପରିସ୍ଥିତିକୁ ନଜରରେ ରଖି ପାନୀୟ ଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା ଏବଂ ଶୌଚାଳୟର ବ୍ୟବସ୍ଥା ମଧ୍ଯ ରଖାଯାଇଛି। ଆହୁରି ମଧ୍ଯ ଏହି ଆପ ମାଧ୍ୟମରେ ତୀର୍ଥଯାତ୍ରୀମାନେ ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିବା ପାର୍କିଂ ସ୍ଥାନ ଖୋଜିବା ସହ ନିଜ ମୋବାଇଲରେ ବୁକ୍ କରିବା ଏବଂ ପ୍ରିପେମେଣ୍ଟ ଭଳି ସୁବିଧାର ପାଇପାରିବେ।

 

Leave A Reply

Your email address will not be published.