Latest Odisha News

BREAKING NEWS

ସୁବର୍ଣ୍ଣପୁରରେ କରୋନା କଟକଣା ମଧ୍ୟରେ ମା’ଙ୍କ ସପ୍ତମୀ ପୂଜା

ସୁବର୍ଣ୍ଣପୁର : ଧରାବତରଣ କରିଛନ୍ତି ମା’ ଦୁର୍ଗା। ସୁବର୍ଣ୍ଣପୁର ଆଜି ବଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପି ଉଠୁଛି ପରିବେଶ। ପୀଠରେ ମା’ଙ୍କ ନବରାତ୍ର ପୂଜା ସହ ଚାଲିଛି ଷୋଡଶ ପୂଜା। କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ମା’ ଙ୍କ ପୂଜାର୍ଚ୍ଚନା କରାଯାଉଛି।

ଏନେଇ ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ସହରରେ ଗଡ଼ ଭିତର ଦୁର୍ଗାମନ୍ଦିର ,ଥନାପତିପଡ଼ା,ବ୍ଲକଛକ,ଘୋଡାଘୋଟପଡ଼ା ,ଟିକର ପଡ଼ା, ଗୁଣ୍ଡିଚା ମନ୍ଦିର, ଦୁର୍ଗାମଣ୍ଡପ ଛକରେ ମା’ ଙ୍କ ସପ୍ତମୀ ପୂଜା ମହା ଅଡମ୍ବରରେ ଚାଲିଛି।

ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସୀମିତ ଭକ୍ତରେ ଦୁର୍ଗାପୂଜା କରାଯାଉଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ଗାଇଡଲାଇନ କୁ ପାଳନ କରି ଏହି ପୂଜାମଣ୍ଡପ ଗୁଡିକରେ ମାଁଙ୍କ ପୂଜାର୍ଚ୍ଚନା କରାଯାଉଛି ।

Leave A Reply

Your email address will not be published.