Latest Odisha News

BREAKING NEWS

ଜବଲପୁରର ଭକ୍ତ ବାବା ମହାକାଳଙ୍କୁ ଅର୍ପଣ କଲେ ବିଶ୍ୱର ଦାମୀ ଆମ୍ବ

ଜବଲପୁର: ଜବଲପୁରର ଜଣେ ଭକ୍ତ ବାବା ମହାକାଳଙ୍କୁ ବିଶ୍ୱର ଦାମୀ ଆମ୍ବ ଅର୍ପଣ କରିଛନ୍ତି । ସେ ଶ୍ରୀ ମହାକାଳେଶ୍ୱର ମନ୍ଦିରକୁ ଯାଇ ଏହା ଅର୍ପଣ କରିଥିଲେ । ଆନ୍ତର୍ଜାତୀୟ ବଜାରର ଏହି ସ୍ୱତନ୍ତ୍ର କିସମର ଆମ୍ବର ମୂଲ୍ୟ ୨ ଲକ୍ଷ ୭୦ ହଜାର ରହିଛି । ବାବା ମହାକାଳଙ୍କ ଆଶୀର୍ବାଦ ନେଇ ସଂକଳ୍ପ ସିଂ ପରିହାର ଏକ ଫାର୍ମ ହାଉସ ଆରମ୍ଭ କରିଥିଲେ । ୧୦ ଏକର ସ୍ଥାନରେ ସେ ୧୬ରୁ ୧୭ କିସମର ଆମ୍ବ ଗଛ ଲଗାଇଛନ୍ତି । ଏଥିରେ ଅଷ୍ଟ୍ରେଲିଆର ଆର୨ଭି୨, ଜାପାନର ଟୋମେଗୋ ଓ ଦାମୀ ଆମ୍ବ ମିୟାଜକି ରହିଛି । ୧୫୦୦ରୁ ଊର୍ଦ୍ଧ୍ୱ ଆମ୍ବ ଗଛ ତାଙ୍କ ଫାର୍ମ ହାଉସରେ ରହିଛି । ସଂକଳ୍ପ ବାବାଙ୍କ ବଡ ଭକ୍ତ । ସେଥିପାଇଁ ସେ ଏହି ଦାମୀ ଆମ୍ବ ବାବାଙ୍କୁ ଅର୍ପଣ କରି ଆସୁଛନ୍ତି ।

ଏହି ଆମ୍ବକୁ ଚୋରଙ୍କ କବଳରୁ ରକ୍ଷା କରିବା ପାଇଁ ରାତିରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ କୁକୁରଙ୍କୁ ଖୋଲା ଛଡା ଯାଇଥାଏ । ମିୟାଜକି ଏକ ହାଇବ୍ରିଡ ଆମ୍ବ । ଏହାର ୧୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ହୋଇଥାଏ । ଏହାକୁ କେମିକାଲ ବଦଳରେ ଘାସରେ ରଖାଯାଇ ପଚା ଯାଇଥାଏ ।

Leave A Reply

Your email address will not be published.