Latest Odisha News

BREAKING NEWS

ମହାନଦୀ ଜଳ ବିବାଦ: ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା

ଭୁବନେଶ୍ଵର: ମହାନଦୀ ଜଳ ବିବାଦ । ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା । ବିଜେଡିକୁ ଭର୍ତ୍ସନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି । ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ । କିନ୍ତୁ ଥରେ ମାତ୍ର ଆଲୋଚନାକୁ ଗଲେ, ଆଉ ଦୁଇ ଥର ଗଲେନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଯେ, ରାଜନୈତିକ ଫାଇଦା ପାଇଁ ଟ୍ରିବ୍ୟୁନାଲ୍‌କୁ ଗଲେ, ଯାହା ଲମ୍ବା ସମୟ ଚାଲେ । ହେଲେ ଆଜି ଓଲଟା କଥା କହୁଛନ୍ତି । ମହାନଦୀକୁ ନେଇ ବହୁତ ରାଜନୀତି କଲେ ପୂର୍ବ ସରକାର । ଆମ ସରକାରକୁ ଆଉ ଜ୍ଞାନ ଦେବା ଦରକାର ନାହିଁ । ଅସୁବିଧା କେମିତି ସମାଧାନ ହେବ ସେନେଇ ଆମ ସରକାର ଯତ୍ନବାନ । ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ କଥାରେ ପଡ଼ି ଯାହା କଲେ, ସେଥିପାଇଁ ଏବେ କାନ୍ଦୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ଡିଲିମିଟେସନ୍‌ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରି ଆଇନ ମନ୍ତ୍ରୀ କହିଛନ୍ତି ଯେ, ବିଜେଡିର ସମଦୂରତା ନୀତି କୁଆଡ଼େ ଗଲା । ସରକାରରେ ୮ ବର୍ଷ ଜଣେ ଦକ୍ଷିଣ ଭାରତୀୟ ଲୋକ କଥାରେ ଚାଲିଲେ । ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ କଥାରେ ଚାଲିବାରେ ଅସୁବିଧା କଣ । ଗଣତାନ୍ତ୍ରିକ ପଦ୍ଧତିରେ ଡିଲିମିଟେସନ ହେବ, ବିରୋଧୀ ପକ୍ଷ ରଖନ୍ତୁ । କିନ୍ତୁ କିଛି କୁଆଡ଼େ ହୋଇନି, ଡିଲିମିଟେସନ ନା ଶୁଣି ଭୟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ତେବେ ଅପେକ୍ଷା ନ କରି ନଈ ନ ଦେଖି ଲଙ୍ଗଳା ହେବା ଦରକାର ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Comments are closed.