Latest Odisha News

BREAKING NEWS

ମହାନଦୀ: ଛତିଶଗଡ ଓ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ

ଭୁବନେଶ୍ୱର: ମହାନଦୀ ଶୁଖିବା ଦୃଶ୍ୟ ଓଡ଼ିଶାରେ ଲୋକଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପଡ଼ୋଶୀ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲର ଅବଧି ବଢ଼ାଇଛନ୍ତି।

ମହାନଦୀ ଟ୍ରିବ୍ୟୁନାଲ ଛତିଶଗଡ଼ରେ ଏପ୍ରିଲ ୧୭ରୁ ୨୧ ଏବଂ ଏପ୍ରିଲ ୨୯ ତାରିଖ ଯାଏ ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼ର ମହାନଦୀର ଉପରମୁଣ୍ଡରୁ କଲମା ବ୍ୟାରେଜ୍ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ଶେଷ ହେବା ପରେ ଓଡ଼ିଶାରେ ଟ୍ରିବ୍ୟୁନାଲ ଦ୍ୱାରା କ୍ଷେତ୍ର ପରିଦର୍ଶନର ତାରିଖ ଘୋଷଣା କରାଯିବ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲର ତିନିଜଣିଆ ବେଞ୍ଚ ମାମଲାର ଶୁଣାଣି କରି ଏଭଳି ସ୍ଥିର କରିଛନ୍ତି।

ଛତିଶଗଡ଼ର କ୍ଷେତ୍ର ପରିଦର୍ଶନରେ ଅଧ୍ୟକ୍ଷ, ସଦସ୍ୟ ଓ ବୈଷୟିକ ଟିମ୍କୁ ନେଇ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମେ’ ମାସରେ ଓଡ଼ିଶାରେ ଫିଲ୍ଡ ଭିଜିଟ୍ ହେବାର ସମ୍ଭାବନା ରହିଛି ବୋଲି ଷ୍ଟାଣ୍ଡିଂ କାଉନସିଲର ତାପସ ପ୍ରହରାଜ କହିଛନ୍ତି। ସେପଟେ ଓଡ଼ିଶାରେ ମହାନଦୀର ଜଳ ପ୍ରବାହ ହ୍ରାସକୁ ନେଇ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ରାଜନୀତି।

Comments are closed.