Latest Odisha News

[ଭିଡିଓ] କଟକରେ ଆରମ୍ଭ ହେଲା ‘ମହାନଦୀ ଉତ୍ସବ’

କଟକ : ଉଦଘାଟିତ ହେଲା ମହାନଦୀ ଉତ୍ସବ । କଟକ ବାଲିଯାତ୍ରା ପଡିଆଠାରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଆଜି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମହାନଦୀ ଉତ୍ସବକୁ ଉଦଘାଟନ କରିଥିଲେ । ମହାନଦୀର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ମହାନଦୀ କୂଳରେ ଆଳତୀ କରାଯାଇଥିଲା ।

କରୋନା ପାଇଁ ଦୁଇ ବର୍ଷ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମାରୋହ ଓ ବାଣିଜ୍ୟ ମେଳା ବନ୍ଦ ଥିଲା । ହେଲେ ଏବେ ଅନୁମତି ମିଳିଛି । ରାଜ୍ୟ ସରାକାର ଓ ପ୍ରଶାସନର ମିଳିତ ସହ ଯୋଗରେ ୫ ଦିନ ଧରି ଚାଲିବ ଏହି ଉତ୍ସବ ।

ଏହି ଉତ୍ସବରେ ମଞ୍ଚ ଉପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ। ଏଥିସହ ବିଦ୍ୟାଳଯର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମଞ୍ଚ ଉପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଅତିଥିମାନଙ୍କ ମଧ୍ୟରେ କଟକ ବିଧାୟକ ମହମ୍ମଦ ମୋକିମ୍, ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,ସିଏମସି କମିସନର୍ ଅନନ୍ୟା ଦାସ,ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା,ଛତିଆ ଉଦାସ ଆଶ୍ରମର ମହନ୍ତ ପ୍ରମୁଖ ଯୋଗଦେଇଥିଲେ।

Comments are closed.