Latest Odisha News

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତିକୁ ପୁଅ, ପିଉସୀଙ୍କ ସ୍ୱାଗତ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର‌୍ୟ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ ସାହସ ଦରକାର ଓ ବାପାଙ୍କର ନିଷ୍ପତ୍ତି ପାଇଁ ମୁଁ ଗର୍ବିତ । ଇତିହାସ ସାକ୍ଷୀ ଅଛି ଯେ, ମୋର ପରିବାର କେବେ କ୍ଷମତାର ଲୋଭ ରଖିନାହିଁ । ତେବେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଭାରତ ଓ ମଧ୍ୟପ୍ରଦେଶରେ ବଡ ଧରଣର ପରିବର୍ତ୍ତନ ଅଣାଯିବ।

ସେହିଭଳି ଜ୍ୟୋତିରାଦିତ୍ୟଙ୍କ ପିଉସୀ ଯଶୋଧରା ସିନ୍ଧିଆ କହିଛନ୍ତି, ମୁଁ ବହୁତ ଖୁସି ଓ ଏଥିପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ଏହା ଜ୍ୟୋତିରାଦିତ୍ୟଙ୍କ ଘର ବାହୁଡା ବୋଲି ସେ କହିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ ନିଜର ରାଜନୀତିକ କ୍ୟାରିୟରର ଆରମ୍ଭ ଜନସଂଘରୁ କରିଥିଲେ। ତେଣୁ ‌ଜ୍ୟୋତିରାଦିତ୍ୟଙ୍କ ବିଜେପିରେ ଯୋଗଦାନକୁ ବାପାଙ୍କ ପୁରୁଣା ଦଳକୁ ପ୍ରତ୍ୟାବର୍ତ୍ତନ ବୋଲି କୁହାଯିବ।

Leave A Reply

Your email address will not be published.