Latest Odisha News

ମାହାଙ୍ଗା ଡବଲ ମର୍ଡର ମାମଲା: ବିଜେଡି ନେତା ପ୍ରତାପ ଜେନା ୧୩ ନମ୍ବର ମୁଦାଲା

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ଥିଲେ ୧୩ ନମ୍ବର ମୁଦାଲା l ଏତଲାରେ ପ୍ରତାପଙ୍କ ନାଁ ରଖିଥିଲେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ l ପୋଲିସ ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନରଖିବାରୁ କୋର୍ଟରେ ଅପିଲ୍‌ ହୋଇଥିଲା l ପରେ କୋର୍ଟଙ୍କ ଆଦେଶରେ ପ୍ରତାପଙ୍କ ନାଁକୁ ଚାର୍ଜସିଟ୍‌ରେ ସାମିଲ କରାଯାଇଥିଲା l ଏହାପରେ ନିଜ ନାଁକୁ ବାଦ୍‌ ଦେବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତାପ l କିନ୍ତୁ ହାଇକୋର୍ଟ ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଛନ୍ତି l

ସୂଚନାଯୋଗ୍ୟ ଯେ, ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବିଜେଡି ନେତା ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । ଅଭିଯୋଗ ପରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ । ତେବେ ଚାର୍ଜସିଟରୁ ତାଙ୍କ ନାଁ ହଟାଇବାକୁ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ଅଛି ।

Comments are closed.