Latest Odisha News

ମାହାଙ୍ଗା ଡବଲ ମର୍ଡର: କୋର୍ଟଙ୍କ ନିର୍ଦ୍ଦେଶ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲିବ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଅଡ଼ୁଆ। ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାହାଙ୍ଗା ଡବଲ ମର୍ଡର ମାମଲା ଜାରି ରଖିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଏକ ପ୍ରାଥମିକ ମାମଲାକୁ ବିଚାର କରି ଏହି ମାମଲାକୁ ଆଇନ ଅନୁଯାୟୀ ବିଚାର ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ଅଦାଲତକୁ ସ୍ଥାନାନ୍ତର କରିଛନ୍ତି।

ଏହି କ୍ରମରେ କୋର୍ଟ କହିଛନ୍ତି, ଅଭିଯୋଗକାରୀଙ୍କ ବୟାନକୁ ତର୍ଜମା କରିବା ପରେ ସାକ୍ଷୀ, ଏବଂ ରେକର୍ଡରେ ଥିବା ଅନ୍ୟାନ୍ୟ ଉପଲବ୍ଧ ସାମଗ୍ରୀକୁ ଦେଖିବା ପରେ ଧାରା ୩୦୨, ଧାରା  ୫୦୬ ଏବଂ ୧୨୦ ବି  ଅନୁଯାୟୀ ଅନୁଯାୟୀ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲିବ।

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ୨୦୨୧ ଜାନୁଆରୀ ୨ ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।  ଏହାପରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ କୋର୍ଟ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି। କୁଳମଣି ବରାଳଙ୍କ ପୁଅ କୋର୍ଟଙ୍କ ଏହି ନିର୍ଦ୍ଦେଶରେ ଖୁସି ପ୍ରକାଶ କରିଛନ୍ତି।

ଅଭିଯୋଗକାରୀଙ୍କ ଓକିଲ ପ୍ରବୀନ କାନୁନଗୋ ସୂଚନା ଦେଇଛନ୍ତି, ସେପ୍ଟେମ୍ବର ୧୫ ରେ କୋର୍ଟ ଆଦେଶ ଦେଇଛନ୍ତି ଯେ ଆଇପିସି ଧାରା ଅନୁଯାୟୀ ପୁଲିସ ରେକର୍ଡ, ସିଡିଆର, ଏବଂ ଅଭିଯୋଗକାରୀ ଏବଂ ସାକ୍ଷୀଙ୍କ ସମେତ ଅନ୍ୟାନ୍ୟ ବିବୃତ୍ତିକୁ ଅନୁଶୀଳନ ପରେ କୋର୍ଟ ଏହି ମାମଲାକୁ ଭୁବନେଶ୍ୱର କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଆଇନତଃ ପ୍ରକ୍ରିୟା ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ଦିଆଯିବ ବୋଲି ସଂପୃକ୍ତ ଓକିଲ କହିଛନ୍ତି।

କଂଗ୍ରେସ ନେତା ଦେବେନ୍ଦ୍ର ସାହୁ କହିଛନ୍ତି, ମାହାଙ୍ଗା ଡବଲ ମର୍ଡର ମାମଲା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା। କିନ୍ତୁ ପୁଲିସ ନିଜ ଚାର୍ଜସିଟରେ ପ୍ରତାପ ଜେନାଙ୍କ ନାଁକୁ ହଟାଇ ଦେଇଥିଲା। ପରେ ମୃତକଙ୍କ ପୁଅ ଏକ ପ୍ରତିବାଦ କରି କୋର୍ଟରେ ପୁଣିଏକ ଆବେଦନ ଦାଖଲ କରିଥିଲେ ଏବଂ କୋର୍ଟ ନୂତନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Comments are closed.