Latest Odisha News

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ। ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ। ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ। ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ। ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତାପଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ ହେବା ପରେ ଆଜି କୋର୍ଟରେ ହାଜର ହେବାକୁ ନୋଟିସ କରାଯାଇଥିଲା। ସ୍ପେଶାଲ୍ ମେସେଞ୍ଜରରେ ସମନ ପଠାଇବା ପାଇଁ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଅପିଲ୍ ହୋଇଥିଲା। ପୂର୍ବରୁ ଗତ ୨୫ ତାରିଖ ଦିନ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ନାଁ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିଲେ ପ୍ରତାପ। ହେଲେ ଏବେ ସମନ୍ ହୋଇଛି।

ସୂଚନା ଅନୁସାରେ, ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରିଥିଲେ ସାଲେପୁର ଜେଏମଏଫସି କୋର୍ଟ। ୨୦୨୧ ଜାନୁଆରୀ ୨ ତାରିଖ ସଂଧ୍ୟାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ଏଥିରୁ ୯ ଜଣ ଗିରଫ ହୋଇ ସାରିଛନ୍ତି। ଏତଲା ଅନୁଯାୟୀ ୧୩ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା।

Leave A Reply

Your email address will not be published.