Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ବେପରୁଆ ଗାଡି ଚାଳନା; ବାଇକ୍ ଜାଳିଦେଲେ ଗ୍ରାମବାସୀ

ଯାଜପୁର: ଗାଁ ରାସ୍ତାରେ ଦୃତ ଗତିରେ ବେପରୁଆ ଢଙ୍ଗରେ ବାଇକ ଚଳାଉଥିବା ଚାଳକକୁ ନିସ୍ତୁକ ମାଡ ମାରିବା ସହ ବାଇକ୍ ଜାଳିଦେଇଛନ୍ତି ଗ୍ରାମବାସୀ ।

ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା କୋ’ ଗାଁ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ସନ୍ଧ୍ୟାରେ ଜଣେ ଯୁବକ ଗାଁ ରାସ୍ତାରେ ଅତି ବେପରୁଆ ଢଙ୍ଗରେ ବାଇକ ଚଳାଉଥିଲେ। ଗ୍ରାମବାସୀଙ୍କ ବାରଣକୁ ମଧ୍ୟ ଯୁବକ ଜଣଙ୍କ କର୍ଣ୍ଣପାତ କରିନଥିଲେ । ତେବେ ଦୃତ ଗତିରେ ଯାଉଥିବା ସମୟରେ ଉକ୍ତ ଯୁବକ ଜଣଙ୍କ ସାଇକେଲ ଯୋଗେ ଯାଉଥିବା ୩ ଜଣ ଶ୍ରମିକଙ୍କୁ ଧକ୍କା ଦେଇଥିଲେ। ଫଳରେ ଶ୍ରମିକଙ୍କ ସାଇକେଲ ଭାଙ୍ଗିଯିବା ସହ ସେମାନେ ଆହତ ହୋଇଥିବା ଜଣାପଡିଛି।

ଏହାପରେ ସ୍ଥାନୀୟ ଗ୍ରାମବାସୀ ଆହତ ମାନଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ଅଟକ ରଖିଥିଲେ। ମାତ୍ର ବାଇକ ଚାଳକ ଜଣଙ୍କ ଗ୍ରାମବାସୀଙ୍କ ସହିତ ଖରାପ ବ୍ୟବହାର କରିବାରୁ ଉତ୍ୟକ୍ତ ଲୋକେ ବାଇକ ଚାଳକକୁ ନିସ୍ତୁକ ମାଡ଼ ମାରିବା ସହ ତାର ବାଇକଟିକୁ ଜାଳି ଦେଇଥିବା ସୂଚନା ମିଳିଛି ।

ତେବେ ବାଇକ ଚାଳକ ଜଣଙ୍କ ସ୍ଥାନୀୟ ପୂର୍ବକୋଟ ତେଲେଙ୍ଗା ବସ୍ତିର ଆଲୁ ଶିବରାମ ବୋଲି ଜଣାପଡିଛି ।

ଘଟଣା ସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବା ବେଳେ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.