Latest Odisha News

BREAKING NEWS

୬ବର୍ଷ ବୟସରେ ବାବା ଖେତାନାଥଙ୍କୁ ବିକ୍ରି କରିଦେଇଥିଲେ ବାପା, ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେ ଅଛନ୍ତି ସେ, ଜାଣନ୍ତୁ କିଏ ସେହି ମହାନ ରାଜନେତା…

ନୂଆଦିଲ୍ଲୀ: ନା ଥିଲା ମନରେ କିଛି ଇଚ୍ଛା, ନା ଯିବାକୁ କୌଣସି ରାସ୍ତା । କୋମଳ ଶାନ୍ତ ମନରେ ଛୋଟ ବେଳୁ ଘରୁ ବାହାରି ସନ୍ୟାସି ହୋଇଯାଇଥିଲେ ସେ । ବୟସ ମାତ୍ର ୬ ବର୍ଷ । ଗଣ୍ଠିଲିରେ କିଛି ଲଡୁ ଓ ହଳେ ମାତ୍ର ପୋଷାକ ନେଇ ଘରୁ ବାହାରିଯାଇଥିଲା ସେଇ ଛୋଟ ବାଳକଟି । ଆଉ ଆଜି ତାଙ୍କର ନାଁ ଚାରିଆଡେ ଚର୍ଚ୍ଚା । କାରଣ ଏକ ସଙ୍ଗରେ ଆଜି ସେ ଜଣେ ସାଂସଦ ଓ ପରେ ଜଣେ ବିଧାୟକ ଭବରେ ପରିଚିତ ହୋଇଛନ୍ତି । କେବଳ ସେତିକି ନୁହେଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚୟନର ପ୍ରତୀଯୋଗିତାରେ ମଧ୍ୟ ସେ ସବୁଠାରୁ ଆଗରେ । ଆଜ୍ଞା ହଁ ଆମେ କହୁଛୁ ତିଜାର ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ବାବା ବାଲକ ନାଥଙ୍କ କଥା ।

ଗୋଟେ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ବାବା ବାଲକ ନାଥ । ତାଙ୍କ ପିତା/ବାପା ତାଙ୍କୁ ବାବା ଖେତାନାଥ ନାମକ ଜଣେ ସନ୍ୟାସିଙ୍କୁ ଦାନ କରିଦେଇଥିଲେ । ସେ ସମୟରେ ତାଙ୍କ ପରିବାର କେବେ ମଧ୍ୟ ଭାବିନଥିଲା ଯେ ସେ ଯେଉଁ ପୁଅକୁ ଦାନ କରିଦେଉଛନ୍ତି , ଦିନେ ସେ ତାଙ୍କର ଏବଂ ତାଙ୍କ ଗାଁର ନାଁ ରଖିବ । ବାଲକନାଥ ନିର୍ବାଚନ ଜିତିବା ପରେ ବର୍ତ୍ତମାନ ତାଙ୍କର ପୁରା ପରିବାର ଓ ପୁରା ଗାଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି । ତାଙ୍କର ନିର୍ବାଚନ ଜିତିବା କାରଣରୁ ବର୍ତ୍ତମାନ ପୁରା ଗାଁରେ ଦୀପାବଳିର ମାହୋଲ ଦେଖିବାକୁ ମିଳିଛି ।

ଅଲୱାରର ବେହରୋଡ ନିକଟ କୋହରାନା ଗ୍ରାମରେ ରହୁଥିବା ସୁଭାଷ ଯାଦବ ଆରମ୍ଭରୁ ଜଣେ ଧାର୍ମିକ ପ୍ରବୃତିର ବ୍ୟକ୍ତି ଥିଲେ। ସେ ମହାରାଜ ଖେତାନାଥଙ୍କ ସେବା କରୁଥିଲେ । ନିଜ କାମ ଛାଡି ସେ ସବୁବେଳେ ମହାରାଜଙ୍କ ସେବାରେ ନିୟୋଜିତ ଥିଲେ | ମହାରାଜ ଖେତାନାଥ ସୁଭାଷ ଯାଦବଙ୍କୁ ତାଙ୍କ ଶିଷ୍ୟ ହେବାକୁ କହିଥିଲେ । କିନ୍ତୁ ସୁଭାଷ ଯାଦବ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲେ। ଏଭଳି ପରିସ୍ଥିତିରେ ମହାରାଜ ଖେତାନାଥ ସୁଭାଷ ଯାଦବଙ୍କୁ ତାଙ୍କର ବଡ଼ ସନ୍ତାନକୁ ମାଗିଥିଲେ । ଖେତାନାଥଙ୍କ ମୃତ୍ୟୁ ପରେ ସୁଭାଷ ଯାଦବ ତାଙ୍କ ୬ବର୍ଷର ବଡ ପୁଅକୁ ଦାନ କରିଥିଲେ । ଯାହାଙ୍କ ନାମ ଥିଲା ବାଲକନାଥ ।

ଆଉ ତା’ପରେ ଘରୁ ଏକ ଗଣ୍ଠିଲିରେ କିଛି ଲଡୁ ଓ ହଳେ ମାତ୍ର ପୋଷାକ ଧରି ବାଲକନାଥ ଯାଇ ପହଞ୍ଚିଥିଲେ ତାଙ୍କ ଗୁରୁଙ୍କ ପାଖରେ । ସେଠାରେ ସେ ତାଙ୍କର ପୁରା ଜୀବନ ଅତିବାହିତ କରିଥିଲେ । ସେଠାରେ ବାଲକନାଥ ପ୍ରଥମେ ରୋହତକ ନିକଟରେ ଥିବା ଏକ ମଠର ମହନ୍ତ ହୋଇଥିଲେ । ପରେ ଅଲବରରୁ ସେ ସାଂସଦ ପଦ ପାଇଁ ନିର୍ବାଚନ ଲଢି ଜିତିଥିଲେ । ଏବେ ତିଜାର ବିଧାନସଭା ନିର୍ବାଚନରେ ବିଧାୟକ ପଦ ପାଇଁ ନିର୍ବାଚନ ଲଢି ଜିତିଛନ୍ତି ମଧ୍ୟ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ପ୍ରତିଯୋଗୀତାରେ ବାଲକନାଥ ବର୍ତ୍ତମାନ ଶୀର୍ଷରେ ଅଛନ୍ତି । ଏନେଇ ବାଲକନାଥଙ୍କ ବାପା-ମା’ କହିଛନ୍ତି ଯେ, ସେ ତାଙ୍କ ପୂତ୍ରକୁ ଦେଶ ସେବା ପାଇଁ ଦାନ କରିଛନ୍ତି । ପୁଅର ଦେଶ ପ୍ରତି ଭଲପାଇବା ଓ ଦେଶ ସେବା ଦେଖି ସେ ବହୁତ ଖୁସି ଥିବା କହିଛନ୍ତି ବାଲକନାଥଙ୍କ ବାପା ।

Leave A Reply

Your email address will not be published.