Latest Odisha News

BREAKING NEWS

ମହାପଞ୍ଚାୟତରେ ନିଷ୍ପତ୍ତି, ଜୋରଦାର ହେବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କୃଷକ ସଙ୍ଗଠନ । ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ମହାପଞ୍ଚାୟତରେ ପାରିତ ହୋଇଛି ୫ଟି ପ୍ରସ୍ତାବ ।

ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ହରିୟାଣାର ବସିଥିଲା ମହାପଞ୍ଚାୟତ । ଏଥିରେ ପାରିତ ହୋଇଛି ୫ଟି ପ୍ରସ୍ତାବ । ତିନି କୃଷି ଆଇନ୍ ପ୍ରତ୍ୟାହାର, ଏମଏସପି ଉପରେ ଆଇନ୍ ଆଣନ୍ତୁ ସରକାର ଓ ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ କରାଯାଉ ବୋଲି ଦାବି ହୋଇଛି । ସେହିପରି ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ସହ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବାକୁ ଦାବି କରିଛନ୍ତି ଚାଷୀ । ଯେ ପର୍ଯ୍ୟନ୍ତ ତିନି କୃଷକ ଆଇନ ପ୍ରତ୍ୟାହାର ନହୋଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଚାଷୀ ।

ସେପଟେ ଚାଷୀଙ୍କୁ ମୁକାବିଲା କରିବା ପାଇଁ ଘେରାବନ୍ଦୀ କରି ରଖିଛି ଦିଲ୍ଲୀ ପୋଲିସ । ଆନ୍ଦୋଳନସ୍ଥଳର ଚାରିପାଖରେ ତାର ଜାଲି, କଣ୍ଟା ଓ ବ୍ୟାରିକେଡ୍ କରିଛି ପୋଲିସ । ଅନ୍ୟପଟେ କୃଷି ଆଇନକୁ ବିରୋଧ କରି ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ଚକାଜାମ୍ ଡାକରା ଦେଇଛନ୍ତି କୃଷକ ସଙ୍ଗଠନ ।

Leave A Reply

Your email address will not be published.