Latest Odisha News

BREAKING NEWS

ଢ଼ିଙ୍କିଆରୁ ପ୍ରତ୍ୟାହାର କର ପୋଲିସ ବାହିନୀ, ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର : ଏରସମା ବ୍ଲକ ଢିଙ୍କିଆରୁ ପୋଲିସ ବାହିନୀ ପ୍ରତ୍ୟାହାର କର । ଢିଙ୍କିଆ ବାସିନ୍ଦାଙ୍କ ଉପରେ ପୋଲିସର ଦମନ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ଲୋକଙ୍କ ଜମି, ଜୀବନ, ଜୀବିକା ଓ ଭିଟାମାଟି ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି…

ଅନୁଗୁଳ ନିଶା ଶିଳ୍ପାଞ୍ଚଳରେ ଚଢ଼ାଉ, ଡକାୟତ ଗ୍ୟାଙ୍ଗ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ପୋଲିସ ଚଢ଼ାଉ । ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ଏଥିସହ ଡକାୟତ ଗ୍ୟାଙ୍ଗଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୩ଟି…

ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ମନା

ସାକ୍ଷୀଗୋପାଳ : ଆଉ ଦୁଇ ଦିନ ପରେ ଅଁଳା ନବମୀ । ସେଥିପାଇଁ ସାକ୍ଷୀଗୋପାଳରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଗାମୀ ଅଁଳା ନବମୀ ଓ ବଡ ଏକାଦଶୀରେ ସାକ୍ଷୀଗୋପୀନାଥ ମନ୍ଦିରକୁ ଭକ୍ତଙ୍କୁ ବାରଣ କରାଯାଇଛି । ଏହି ଦୁଇ ଦିନ ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି କୋଭିଡ଼ କଟକଣା ଲାଗୁ କରିଛି…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ତନାଘନା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ଆରମ୍ଭ ହେଲା ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସେମାନଙ୍କୁ ସହଯୋଗ କରୁଛନ୍ତି ୫ ଜଣ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଗଜପତି : ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ । ଘଟଣାରେ ଡିଏଫଓଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ଏସପି ଗଜପତି । ଫୋନ କଲ୍ ତଥ୍ୟ, ତଥା ସେ ସମ୍ପର୍କରେ କରାଯାଇଥିବା ଜେରା ମଧ୍ୟରେ ସୌମ୍ୟଙ୍କ ପତ୍ନୀ…

କୋଭିଡ୍ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କିପରି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତାଉପରେ ଗୁରୁତ୍ବ ଦେଇଛନ୍ତି । ମହାମାରୀକୁ ରୋକିବାରେ ଟିକାକରଣକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି…

ମୋବାଇଲରେ ପବଜି ଖେଳିବା ହେଲା କାଳ, ଟ୍ରେନ୍ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଟାଙ୍ଗି : ମୋବାଇଲରେ ପବଜି ଖେଳିବା ହେଲା କାଳ । ଟ୍ରେନ ଧକ୍କାରେ ଅକାଳରେ ଚାଲିଗଲା ନୀରିହ ଛାତ୍ରଙ୍କ ଜୀବନ । ଏଭଳି ଘଟଣା ଘଟିଛି ଟାଙ୍ଗି ଗଙ୍ଗାଧରପୁର ରେଳ ଷ୍ଟେସନରେ । ସୂଚନା ମୁତାବକ, ଟାଙ୍ଗି ଥାନା ନଇରୀ ଗାଁର ସୁଶାନ୍ତ ବେହେରା ପବଜି ଖେଳୁ ଖେଳୁ ଟ୍ରେନ୍ ଲାଇନ୍ ଆଗକୁ ଚାଲି ଆସିଥିଲେ ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଦେଶରେ ଚିନ୍ତା ବଢ଼ି ଚାଲିଛି । ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୮୨ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୬୩ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ ସୁସ୍ଥ…

ମହାପଞ୍ଚାୟତରେ ନିଷ୍ପତ୍ତି, ଜୋରଦାର ହେବ କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ନୂଆଦିଲ୍ଲୀରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଚାଷୀଙ୍କ ଆନ୍ଦୋଳନକୁ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କୃଷକ ସଙ୍ଗଠନ । ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ମହାପଞ୍ଚାୟତରେ ପାରିତ ହୋଇଛି ୫ଟି…