ପୁରୀ: ଆଜି ନୁହେଁ, ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିବା ସୂଚନା ଦେଇଛନ୍ତି ସଞ୍ଜୟ ଦତ୍ତ ମହାପାତ୍ର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି ଦତ୍ତ ମାହାପାତ୍ର ସେବାୟତ। ଆଜି ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମାଣ୍ଡର ମନା କରିଥିଲେ। ଗତକାଲି ବନକ ଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା। ମାତ୍ର ସେମାନଙ୍କ ଜିଦରେ ଅଟଳ ରହି ବନକଲାଗି ନୀତି କରିନଥିଲେ ଦତ୍ତ ମହାପାତ୍ର ସେବାୟତ ।
ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ମଧ୍ୟ ଆଜକୁ ମିଶେଇ ଦୀର୍ଘ୨୬ ଦିନ ପରେ ମଧ୍ୟ ବନକଲାଗି ନୀତି ସମ୍ପର୍ଣ୍ଣ ହୋଇପାରିନି ।
Comments are closed.