ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ହ୍ୟାଣ୍ଡେଲ ହ୍ୟାକ ହୋଇଯାଇଛି।
ହ୍ୟାକର୍ସମାନେ ତାଙ୍କ ଆକାଉଣ୍ଟରୁ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ପୋଷ୍ଟ କରିଥିଲେ। ଘଟଣାର ୩୦ରୁ ୪୫ ମିନିଟ୍ ମଧ୍ୟରେ ଆକାଉଣ୍ଟକୁ ହ୍ୟାକର୍ସଙ୍କ କବଳରୁ ସୁରକ୍ଷିତ କରାଯାଇଥିଲା। ତେବେ ସାଇବର ଅପରାଧ ପୋଲିସ ଘଟଣାର ତଦନ୍ତ ଚଳାଇଛି।
ଏସିଆ କପରେ ଭାରତ ଏବଂ ପାକିସ୍ତାନର ଦ୍ୱିତୀୟ ମ୍ୟାଚ୍ ଦିନ ହ୍ୟାକର୍ସମାନେ ଦୁଇଟି ଇସଲାମିକ ଦେଶ (ପାକିସ୍ତାନ ଏବଂ ତୁର୍କୀ)ର ପତାକାର ଫଟୋ ପୋଷ୍ଟ କରିଥିଲେ।
ମାମଲାରେ ଜଣେ ଅଧିକାରୀ କହିଛନ୍ତି, “ଆମେ ତୁରନ୍ତ ସାଇବର ଅପରାଧ ପୋଲିସକୁ ଜଣାଇଥିଲୁ। ଆମର ଦଳ ଉପମୁଖ୍ୟମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲର ଦାୟିତ୍ୱ ନେଇଥିଲା ଏବଂ ପରେ ଆକାଉଣ୍ଟକୁ କବଜାକୁ ନିଆଯାଇଥିଲା।”
ଏକ୍ସରେ ପୋଷ୍ଟ କରି କଂଗ୍ରେସ ବିଧାୟକ କହିଛନ୍ତି ଯେ ଏହି ଘଟଣା ରାଜ୍ୟର ଗୃହ ବିଭାଗ ଉପରେ ପ୍ରଶ୍ନ ଉଠାଇଛି।
Comments are closed.