ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର ।
ମହାରାଷ୍ଟ୍ରକୁ ଆସିଲେ ଏଣିକି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ୪୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ଥିଲେ ପ୍ରବେଶ ଅନୁମତି ମିଳିବ । ମାଲ ଗାଡ଼ିରେ ଦୁଇ ଜଣରୁ ଅଧିକ ଯାଇ ପାରିବେ ନାହିଁ । ସ୍ଥାନୀୟ ପ୍ରଶାସନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକଣାକୁ ଅଧିକ କଡ଼ାକଡ଼ି କରିପାରିବେ । ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିବ ।
Maharashtra Government extends the current COVID19 restrictions in the state till 7am on 1st June, to fight COVID19; negative RT-PCR report mandatory for those entering the state pic.twitter.com/jjccnpP6KV
— ANI (@ANI) May 13, 2021
ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୮ହଜାରରୁ ଅଧିକ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୬୦ହଜାରରୁ ଅଧିକ ଆକ୍ରାନ୍ତ । ରାଜ୍ୟରେ କରୋନା ନେଇଚି ୭୮ ହଜାର ଆକ୍ରାନ୍ତଙ୍କ ଜୀବନ ।
Comments are closed.