Latest Odisha News

ଏନଏସ୍‌ଇ ବୁଲ୍ ପ୍ରତିମୂର୍ତି ଓ କଫି ଟେବୁଲ୍ ବୁକର ଉନ୍ମୋଚନ

ଭୁବନେଶ୍ୱର: ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ମୁମ୍ବାଇ ସ୍ଥିତ ଏନ୍‌ଏସ୍‌ଇ ମୁଖ୍ୟ କାର୍ଯ୍ୟାଳୟରେ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ ଚୌହ୍ୱାନଙ୍କ ସହ ଆଇକନିକ୍ ଏନ୍‌ଏସ୍‌ଇ ବୁଲ୍ ପ୍ରତିମୂର୍ତିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ‘ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ୍ ଡ୍ରିମ୍‌ସ’ ନାମକ କଫି ଟେବୁଲ୍ ବୁକ୍‌କୁ ଉନ୍ମୋଚନ କରିଛନ୍ତି।

ଏନ୍‌ଏସ୍‌ଇ ବୁଲ୍ ପ୍ରତିମୂର୍ତି ଦୃଢ଼ତା, ଶକ୍ତି ଓ ସ୍ଥିରତାକୁ ଦର୍ଶାଉଛି ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରମୁଖ ଆବଶ୍ୟକତା। ଏହାର ଚାରି ପାଖରେ ଭାରତର ବିବିଧ ପୃଷ୍ଠଭୂମିର ଲୋକ ଯଥା ସ୍କୁଲ ଯାଉଥିବା ବାଳକ, ଜଣେ ଗ୍ରାମୀଣ ମହିଳା ଏବଂ ପ୍ରଫେସନାଲଙ୍କ ସ୍ଥାପତ୍ୟ କଳା ରହିଛି। ଯାହା ଭାରତର ନିବେଶ ପୃଷ୍ଠଭୂମିରେ ଏକତା ଓ ଅନ୍ତର୍ଭୁକ୍ତୀକରଣକୁ ଦର୍ଶାଉଛି।

ସେହିପରି ଏନ୍‌ଏସ୍‌ଇର କଫି ଟେବୁଲ୍ ବୁକ୍ “ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ ଡ୍ରିମ୍‌ସ’ ହେଉଛି ଏନଏସଇର ଅଭ୍ୟୁଦୟ ଓ ଗତ ୩୦ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଯୋଗଦାନ। ୧୯୯୪ରେ ଶୁଭାରମ୍ଭ ହେବା ପରଠାରୁ ଗତ ୩୦ ବର୍ଷ ମଧ୍ୟରେ ଭାରତୀୟ ପୁଂଜି ବଜାରରେ ଏନଏସ୍‌ଇ ବିପ୍ଳବ ଆଣିପାରିଛି।

ଏହି କଫି ଟେବୁଲ୍ ବୁକ୍ ହେଉଛି ଭାରତୀୟ ପୁଂଜି ବଜାର ଯାତ୍ରାରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟଗୁଡ଼ିକର ପ୍ରତୀକ। ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଓ ଚତୁର୍ଥ ବୃହତ ପୁଞ୍ଜି ବଜାର ହୋଇଥିବା ବେଳେ ବରାଦ ସଂଖ୍ୟା ଓ ଟ୍ରେଡ୍ ଦୃଷ୍ଟିରୁ ଏନଏସଇ ହେଉଛି ବିଶ୍ୱର ସର୍ବବୃହତ ଷ୍ଟକ୍ ଏକ୍ସଚେଂଜ୍।

ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ କହିଛନ୍ତି ଯେ, “ଏନ୍‌ଏସ୍‌ଇର ବୁଲ୍ (ଷଣ୍ଢ ପ୍ରତିମୂର୍ତି) ଓ କଫି ଟେବୁଲ୍ ବୁକ୍‌କୁ ଉନ୍ମୋଚନ କରି ମୁଁ ବହୁତ ଖୁସି। ବୁଲ୍ ଓ କଫି ଟେବୁଲ୍ ବୁକ୍ ପାଇଁ ମୁଁ ଏନ୍‌ଏସ୍‌ଇକୁ ଅଭିନନ୍ଦନ ଜଣାଇବାକୁ ଚାହୁଛି ଯାହା ହେଉଛିି ଭାରତର ପୁଂଜି ବଜାରରେ ବୈପ୍ଳବିକ ପରିବର୍ତନ ଆଣିବା ଓ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଯୋଗଦାନ ପ୍ରଦାନ କରିବାରେ ଏନଏସ୍‌ଇ ଭୂମିକାର ପ୍ରତିଫଳନ। ଏହି ବୁଲ୍ ହେଉଛି ଆର୍ଥିକ ଦୃଢ଼ତା ଓ ଉଧ୍ୱର୍ମୁଖୀ ଧାରାର ପ୍ରତୀକ ଯାହା ଷ୍ଟକ୍ ବଜାର ଇତିହାସ ସହ ଗଭୀର ଭାବେ ଜଡ଼ିତ ରହିଛି। ଏହି ସ୍ଥାପତ୍ୟ କଳା ଚାରି ପାଖରେ ଥିବା ବିଷୟଗୁଡ଼ିକ ଏହାକୁ ସ୍ୱତନ୍ତ୍ର କରିଛି ଯେଉଁମାନେ ଭାରତର ପ୍ରଗତିରେ ବିବିଧ ଅଂଶଗ୍ରଣ ଓ ଯୋଗଦାନର ପ୍ରତିନିଧିତ୍ୱ କରୁଛନ୍ତି।

ଏନ୍‌ଏସ୍‌ଇ କେବଳ ଏକ ଆର୍ଥିକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଭାରତର ଅଭିବୃଦ୍ଧି ଓ ଆକାଂକ୍ଷାର ପ୍ରତିକ। ନିବେଶକଙ୍କ ମଧ୍ୟରେ ଏନଏସଇ ସୃଷ୍ଟି କରିଥିବା ବିଶ୍ୱାସ ଉଲ୍ଲେଖନୀୟ। ତାହାକୁ କେବଳ ଅଭିବୃଦ୍ଧି କୁହାଯାଇପାରିବନାହିଁ। ତାହା ହେଉଛି ଏକ ବିପ୍ଳବ। ସାରା ବିଶ୍ୱରୁ ଏନଏସଇ ନିବେଶ ହାସଲ କରିପାରିଛି। ଏନଏସଇର ଭୂମିକା ବିନା ବିକଶିତ ଭାରତ ସମ୍ଭବପର ନୁହେଁ।’’

ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହ୍ୱାନ କହିଛନ୍ତି ଯେ, “ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନଙ୍କ ଦ୍ୱାରା ଏନଏସ୍‌ଇ ବୁଲ୍ ଓ କଫି ଟେବୁଲ୍ ବୁକ୍‌ର ଉନ୍ମୋଚନକୁ ନେଇ ଆମେ ଗର୍ବିତ। ସମାଜ ଓ ବଜାର ଭିତରେ ରହିଥିବା ସମ୍ପର୍କର ପ୍ରତୀକ ହେଉଛି ଏନଏସ୍‌ଇର ଏହି ବୁଲ୍ ସ୍ଥାପତ୍ୟ। ଏନଏସଇ ମୁଖ୍ୟ କାର୍ଯ୍ୟାଳୟର ବୁଲ୍ ପୁଞ୍ଜି ବଜାରର ପ୍ରତୀକ ହୋଇଥିବା ବେଳେ ସମାଜ କହିଲେ ସାଧାରଣ ଜନତାଙ୍କୁ ବୁଝାଉଛି। ୩୦ ବର୍ଷ ପୂର୍ବେ ୧୯୯୪ରେ ଷ୍ଟକ୍ ବଜାର ପାଖରେ ସମାଜ ପହଂଚିପାରୁନଥିଲା।

ଏନଏସଇରେ ପ୍ରଥମ ଥର ପାଇଁ ଅଟୋମେଟେଡ ଓ ସ୍କ୍ରିନଭିତିକ ଟ୍ରେଡିଂ ଆରମ୍ଭ ହେବା ପରେ ବଜାର ଦେଶର କୋଣ ଅନୁକୋଣରେ ପହଂଚିପାରିଥିଲା ଏବଂ ଏବେ ଏନଏସଇରେ ୧୦ କୋଟିରୁ ଅଧିକ ସ୍ୱତନ୍ତ୍ର ନିବେଶ ପଂଜୀକୃତ ହୋଇଛନ୍ତି। ଅନେକ ସ୍ମୃତି ସହ ୩୦ ବର୍ଷକୁ ଚାହିଲେ ମୁଁ ଗର୍ବର ସହ କହିପାରିବି ଯେ କିଛିଟା ବ୍ୟତିକ୍ରମ ବ୍ୟତୀତ ଭାରତୀୟ ପରିବାରର ସଂଚୟକୁ ସବୁଠୁ ସୁଲଭ, ସ୍ୱଚ୍ଛ, ଉଚିତ୍‌, ପ୍ରଭାବୀ ଓ ସଂଗଠିତ ଢଙ୍ଗରେ ପହଂଚାଇବା ଏବଂ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇ ଏକ ଚମତ୍କାର ଷ୍ଟକ୍ ବଜାର ବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟକୁ ଏନଏସଇ ପୂରଣ କରିପାରିଛି। ୩୦ ବର୍ଷ ଭିତରେ ଦେଶର ଆର୍ଥିକ ଦୃଶ୍ୟପଟ୍ଟ ଓ ପ୍ରଯୁକ୍ତି ବିପ୍ଳବରେ ଏନଏସ୍‌ଇ ବୈପ୍ଳବିକ ଭୂମିକା ଗ୍ରହଣ କରିଛି।

 

Comments are closed.