Latest Odisha News

BREAKING NEWS

ମହାରାଷ୍ଟ୍ରରେ କଂଗ୍ରେସ ମେଂଟରୁ ଶିବସେନା ଓହରିଯାଇପାରେ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ରାଜନୀତି ରେ ଝଡ଼ ସୃଷ୍ଟି ହୋଇଛି ।  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କ ବିବୃତ୍ତି ପରେ ଉଦ୍ଧବ ଠାକରେଙ୍କ ଶିବସେନା ଏମଭିଏ ମେଂଟରୁ ଓହରିଯିବାକୁ ଧମକ ଦେଇଛି। ରାହୁଲଙ୍କ ବିବୃତ୍ତି ପରେ ଉଦ୍ଧବ ଠାକରେଙ୍କ ସହ ଶିବସେନା କଂଗ୍ରେସ ସହ ମେଣ୍ଟ ଭାଙ୍ଗିପାରେ ବୋଲି ଚର୍ଚା ଆରମ୍ଭ ହୋଇଯାଇଛି । ଉଦ୍ଧବ ଠାକରେଙ୍କ ଦଳର ନେତା ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ଆମେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ସହମତ ନୁହଁ। ଆମେ ସାବରକରଙ୍କୁ  ସମ୍ମାନ କରୁ, ତାଙ୍କ ବିରୁଦ୍ଧରେ କିଛି ଶୁଣିବାକୁ ପସନ୍ଦ କରୁନାହୁଁ  । ଆବଶ୍ୟକ ପଡ଼ିଲେ ଆମେ ମେଂଟକୁ ନେଇ ବିଚାର କରିପାରୁ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିରେ ନିଜର ମତଭେଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବୀର ସାବରକରଙ୍କ ପ୍ରତି ଆମର ବହୁତ ସମ୍ମାନ ଏବଂ ବିଶ୍ୱାସ ଅଛି ଏବଂ ଏହାକୁ କେହି ଲିଭାଇ ପାରିବେ ନାହିଁ। ଉଦ୍ଧବ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ସେମାନେ କାହିଁକି ସାବରକରଙ୍କୁ  ଭାରତ ରତ୍ନ ସମ୍ମାନ ଦେଉନାହାଁନ୍ତି ।  ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ କହିଛନ୍ତି ଯେ ମୋର ଦଳର ଅନ୍ୟ ନେତାଙ୍କ ପରି ମୋର ମଧ୍ୟ ସମାନ ସ୍ଥିତି ରହିଛି। ଆଦିତ୍ୟ ଏହି ସପ୍ତାହରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ଯୋଗ ଦେଇଥିଲେ। ସେପଟେ ଉଦ୍ଧବଙ୍କ ବିଶ୍ବସ୍ତ ନେତା ସଂଜୟ ରାଉତ କହିଛନ୍ତି ମହାରାଷ୍ଟ୍ରକୁ ଆସି ବୀର ସାବରକରଙ୍କୁ ଅସମ୍ମାନ କରିବା ଗ୍ରହଣୀୟ ନୁହେଁ । ଏପରି ବ୍ୟବହାର ଆମକୁ ମେଂଟରୁ ଓହରିବା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିବ ।

ରାହୁଲଙ୍କ ମନ୍ତବ୍ୟ ପରେ ଏବେ ମହାରାଷ୍ଟ୍ରରେ କଂଗ୍ରେସ ପୁଣି ଏକଘରକିଆ ହୋଇଯାଇଛି । ଭାରତ ଯୋଡୋ ଯାତ୍ରାକୁ ମରାଠିମାନେ ବିରୋଧ କରିବାରେ ଲାଗିଛନ୍ତି ।

ଏପରିକି ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସାବରକର ନାତି ରଣଜିତ୍ ସାବରକର ମୁମ୍ବାଇର ଶିବାଜୀ ପାର୍କ ପୋଲିସ ଷ୍ଟେସନରେ ରାହୁଲ ଗାନ୍ଧୀ ଏବଂ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ରଞ୍ଜିତ କହିଛନ୍ତି- ରାହୁଲ କହିଛନ୍ତି ଯେ ସାବାରକର ବ୍ରିଟିଶମାନଙ୍କ ପାଇଁ କାମ କରୁଥିଲେ ଏବଂ ସେମାନଙ୍କଠାରୁ ପେନ୍ସନ୍ ନେଇଥିଲେ। ସାବରକର ଦେଶ ବିରୁଦ୍ଧରେ କାମ କରୁଥିଲେ। ରାହୁଲ ଏହା କହି ବୀର ସାବରକରଙ୍କୁ ଅପମାନିତ କରିଛନ୍ତି।

Leave A Reply

Your email address will not be published.