Latest Odisha News

BREAKING NEWS

ପ୍ରକୃତରେ ବଳଦ କାହାର? ଜାଣିବା ପାଇଁ କରାଯିବ ଡିଏନ୍ଏ ପରୀକ୍ଷା

ବର୍ତ୍ତମାନ ସୁଦ୍ଧା ମଣିଷର ଡିଏନ୍‌ଏ ଟେଷ୍ଟ ବିଷୟରେ ଆପଣ ଶୁଣିଥିବେ। କିନ୍ତୁ ମହାରାଷ୍ଟ୍ରର ଗୋଟିଏ ବଳଦର ଡିଏନ୍‌ଏ ପରୀକ୍ଷାକୁ ନେଇ ଏକ ଖବର ସାମ୍‌ନାକୁ ଆସିଛି।

ମହାରାଷ୍ଟ୍ରରେ ଏକ ବଳଦର ମାଲିକାନାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବଳଦର ଡିଏନ୍‌ଏ ପରୀକ୍ଷା କରାଇବା ମାମଲା ସାମ୍‌ନାକୁ ଆସିଛି। ଏହି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଡାନାରେ।

ସୂଚନା ଅନୁସାରେ ମହାରାଷ୍ଟ୍ରର ବୁଲଡାନା ଅଞ୍ଚଳରେ ବଳଦର ମାଲିକାନାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ପାର୍ଶ୍ବର ବିବାଦ ଯେତେବେଳେ ବଢ଼ିଯାଇଥିଲା ସେତେବେଳେ କଥା ଯାଇ ପୋଲିସ୍ ଷ୍ଟେସନ୍‌ରେ ପହଞ୍ଚିଥିଲା।

ମାମଲାର ସମାଧାନ ପାଇଁ ବଳଦର ଡିଏନ୍‌ଏ ଟେଷ୍ଟ କରିବାକୁ ହେବ ବୋଲି ନିର୍ଣ୍ଣୟ ନିଆଯାଇଥିଲା। ପୋଲିସ୍ ଡିଏନ୍‌ଏ ପରୀକ୍ଷା କରାଇବାକୁ ପଶୁ ବିଭାଗର ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.