Latest Odisha News

BREAKING NEWS

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର

ନୂଆଦିଲ୍ଲୀ : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ ସପ୍ତମ ସିଏସ୍‌ଆର ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସପୋରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଭାରୀ ଶିଳ୍ପ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଏମଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, ଗ୍ରୀନ୍ ଟେକ୍ ଫାଉଣ୍ଡେସନର ସିଇଓ କେ. ଶରଣ ପ୍ରମୁଖ ଯୋଗ ଦେଇଥିଲେ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଜେଏସପିଏଲ ଦ୍ୱାରା ଦେଶର ୭୦୦ ରୁ ଅଧିକ ଗାଁରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଧାରରେ ଜେଏସପିଏଲକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ସମେତ ଭାରତ ସରକାରଙ୍କର ଆସ୍ପିରେଶନ୍ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଜେଏସପିଏଲ ତାର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ବହୁମୁଖୀ ସ୍ୱାସ୍ଥ୍ୟ ବିକାଶ କାର‌୍ୟ୍ୟକ୍ରମ କାର୍ଯ୍ୟକାରୀ କରୁଛି ।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା କହିଛନ୍ତି ଯେ, “ଆମର ସମସ୍ତ ସିଏସଆର ପଦକ୍ଷେପ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ପରିଚାଳିତ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ ଦ୍ୱାରା ଆମେ ପୂର୍ବ ଭାରତର ତିନୋଟି ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଲୋକମାନଙ୍କ ପାଖରେ ପହଂଚିପାରିଛୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା ଲୋକମାନଙ୍କ ପାଇଁ ସୁଲଭ ଭାବରେ ଉପଲବ୍ଧ ହୋଇପାରିଛି ।’’ ଏହି ସମ୍ମାନଜନକ ପୁରସ୍କାର ପାଇଁ ସେ ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଏବଂ ଜୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜେଏସପିଏଲ ଦ୍ୱାରା ନିଆଯାଉଥିବା ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମଗୁଡିକ ଗୁଡିକ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଠାରୁ ଆରମ୍ଭ କରି ସୁପର ସ୍ପେସିଆଲିଟି ମେଡିକାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ଟେଲି ମେଡିସିନ୍ ସହାୟତା କେନ୍ଦ୍ର ସହିତ ଛତିଶଗଡରେ ସୁପର ସ୍ପେସିଆଲିଟି ହସ୍ପିଟାଲ୍, ଓପି ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲ୍,ଏସ୍‌ପିଏଲ ପକ୍ଷରୁ ପରିଚାଳନା କରାଯାଉଛି ।

ସିଏସ୍ଆର୍ ପଦକ୍ଷେପ ପାଇଁ ପୂର୍ବରୁ ଜେଏସପିଏଲ୍‌କୁ ଗୋଲ୍ଡେନ୍ ପିକକ ପୁରସ୍କାର, ମହିଳା ସଶକ୍ତିକରଣ ପାଇଁ FICCI CSRପୁରସ୍କାର, ପ୍ଲାଟିନମ୍ ବର୍ଗରେ ଗ୍ରୋ କେୟାର ଇଣ୍ଡିଆ CSR ପୁରସ୍କାର ମିଳିଛି ।

Leave A Reply

Your email address will not be published.