Latest Odisha News

BREAKING NEWS

ଦୁଇ ଲକ୍ଷ ପଜିଟିଭ୍ କେସ୍ ଛୁଇଁଥିବା ଦେଶର ପ୍ରଥମ ରାଜ୍ୟ ମହାରାଷ୍ଟ୍ର

ମହାରାଷ୍ଟ୍ର: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ ମହାରାଷ୍ଟ୍ରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛି ସର୍ବାଧିକ ୭ ହଜାର ୭୪ଟି ନୂଆ ପଜିଟିଭ କେସ୍ । ଏହାକୁ ମିଶାଇ ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୪କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୯୫ ଲୋକଙ୍କର ମୃତ୍ୟୁ ହୋଇଛି । ମୋଟ୍ ୮ ହଜାର ୬୭୧ ଜଣଙ୍କ ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ୮୩ ହଜାର ୨୯୫ କରୋନା ରୋଗୀ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ବିଶେଷ କରି ମୁମ୍ବାଇ ସ୍ଥିତି ସଙ୍ଗୀନ । କେବଳ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ହଜାର ୨୩୭ ରହିଛି । ମୁମ୍ବାଇରେ ଭୂତାଣୁ ସଂକ୍ରମିତ ହୋଇ ମଲେଣି ୪ ହଜାର ୮୩୦ ଲୋକ ।

Leave A Reply

Your email address will not be published.