ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଧକ୍କା ଲାଗିଥିଲା । ଦଳର ଷ୍ଟାର ଖେଳାଳୀ ମହେନ୍ଦ୍ର ସିଂ ଧୋନୀ ଆଘାତ ସମସ୍ୟା ଯୋଗୁ ପ୍ରଥମ ମ୍ୟାଚରେ ଖେଳି ନ ଥିଲେ । ତାଙ୍କୁ ଡାକ୍ତର ୨ ସପ୍ତାହ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛି । ଚେନ୍ନାଇ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଗୁୁରୁବାର ଧୋନୀ ନେଟ୍ସକୁ ଫେରିଛନ୍ତି । ଯାହାକି ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଅବଶ୍ୟ ଧୋନୀ ସମ୍ପୂର୍ଣ୍ଣ ଭାବେ ମ୍ୟାଚ ଫିଟ ହୋଇଛନ୍ତି କି ନାହିଁ ତାହା ଜଣାପଡିନି ।
ଚେନ୍ନାଇ ତାର ପରବର୍ତୀ ମ୍ୟାଚ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିବ । ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଆଇପିଏଲ ଟାଇଟଲ ହାସଲ କରିଛି । ଏବେ ୨/୩ଟି ସିଜନ ଧୋନୀଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ । ଅଧିକାଂଶ ସମୟ ନିମ୍ନ ଭାଗରେ କମ ବଲ ଥିବା ବେଳେ ବ୍ୟାଟିଂ କରିବାକୁ ଆସୁଛନ୍ତି । ଧୋନୀ ଜଣେ ଭଲ ମ୍ୟାଚ ଫିନିଶର ହୋଇଥିବାରୁ ଚେନ୍ନାଇ ତାଙ୍କ ପାଇଁ ଏହି ରଣନୀତି ଆପଣାଇଛି ।