Latest Odisha News

BREAKING NEWS

ତାମିଲ ଫିଲ୍ମ ପ୍ରଡ୍ୟୁସ କରିବେ ଧୋନୀ, ନୟନତାରା ହେବେ ହିରୋଇନ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ । ରିପୋର୍ଟ ମୁତାବକ ଧୋନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଡ୍ୟୁସର ଦାୟିତ୍ୱ ତୁଲାଇବେ । ଏହି ଫିଲ୍ମରେ ରଜନୀକାନ୍ତଙ୍କ ନିକଟତର ଭାବେ ବିବେଚନା କରାଯାଉଥିବା ସଞ୍ଜୟଙ୍କୁ ସେ ଦାୟିତ୍ୱ ପ୍ରଦାନ କରିଛନ୍ତି । ସାଉଥ ଗ୍ଲାମର ନୟନତାରା ଫିଲ୍ମରେ ହିରୋଇନ ହେବେ । ଧୋନୀ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ଏହା ପରେ ଫିଲ୍ମ ସମ୍ପର୍କରେ ଅଫିସିଆଲ ଘୋଷଣା କରାଯିବ । ପୂର୍ବରୁ ମଧ୍ୟ ତାଙ୍କର ତାମିଲ ଫିଲ୍ମ ପ୍ରତି ଆକୃଷ୍ଟ ରହିଥିଲେ । ସେ ନିଜର ବାୟୋପିକ ଏମଏସ ଧୋନୀ: ଦି ଅନଟୋଲ୍ଡ ଷ୍ଟୋରୀ ମଧ୍ୟ ତାମିଲ ସମେତ ଅନ୍ୟ ଭାଷାରେ ରିଲିଜ କରାଇଥିଲେ ।

ଅପରପକ୍ଷରେ ନୟନତାରା ଏବେ ବଲିଉଡରେ ବ୍ୟସ୍ତ ଅଛନ୍ତି । ଏଟଲୀ ନିର୍ଦ୍ଦେଶିତ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ବ୍ୟତୀତ ସେ ଅନେକଗୁଡିଏ ତାମିଲ ଫିଲ୍ମ ମଧ୍ୟ ଡେଟ ଦେଇଛନ୍ତି । ଧୋନୀଙ୍କ ଫିଲ୍ମରେ ନୟନତାରାଙ୍କ ରୋଲ କଣ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ ।

Leave A Reply

Your email address will not be published.