Latest Odisha News

BREAKING NEWS

ଦାମୀ କାର କିଣିଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ

ମୁମ୍ବାଇ: ଦାମୀ କାର କିଣିଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ । ନିକଟରେ ରେଞ୍ଜ ରୋଭର ଏସଭି କିଣିଛନ୍ତି । ଏହାର ମୂଲ୍ୟ ପ୍ରାୟ ୫.୪ କୋଟି ଟଙ୍କା ଅଟେ । ସାଧାରଣତଃ ରେଞ୍ଜ ରୋଭରକୁ ସେଲିବ୍ରିଟିମାନେ ଅଧିକମାତ୍ରାରେ ପସନ୍ଦ କରିଥାନ୍ତି । ତେଣୁ ପ୍ରାୟ ସମସ୍ତ ସେଲିବ୍ରିଟିଙ୍କ ପାଖରେ ଏହି କାର ଉପଲବ୍ଧ ।

ମହେଶ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ ଲୋକପ୍ରିୟ । ଚକୋଲେଟ୍ ହିରୋ ଭାବେ ତାଙ୍କୁ ପ୍ରଶଂସକମାନେ ପସନ୍ଦ କରନ୍ତି । ସେ ବହୁ ଫିଲ୍ମରେ ଅଭିନୟ କରି ଲୋକଙ୍କ ପ୍ରିୟ ହେବା ସହ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଥିସହିତ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁନ୍ତି ମହେଶ । ତାଙ୍କର ଏକରୁ ଅଧିକ କାରର କଲେକ୍ସନ ରହିଛି । ସେହି ତାଲିକାରେ ଆଉଗୋଟେ କାର ଯୋଡ଼ି ହୋଇଯାଇଛି । ନିକଟରେ ରେଞ୍ଜ ରୋଭର ଏସଭି କିଣିଛନ୍ତି । ଏହା ଭାରତରେ ଉପଲବ୍ଧ ମହଙ୍ଗା କାର ମଧ୍ୟରୁ ଗୋଟିଏ ।

Comments are closed.