Latest Odisha News

BREAKING NEWS

ପୁଷ୍ପା:ଦି ରାଇଜ ପାଇଁ ପ୍ରଥମ ପସନ୍ଦ ଥିଲେ ମହେଶ ବାବୁ

ଚେନ୍ନାଇ: ପୁଷ୍ପା: ଦି ରାଇଜରେ ଅଭିନୟ ପାଇଁ ଏବେ ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ । କ୍ରିକେଟରଠାରୁ ଆରମ୍ଭ କରି ବଡ ବଡ ଅଭିନେତା ଅଲ୍ଲୁଙ୍କ ଷ୍ଟାଇଲକୁ ଫଲୋ କରିବାରେ ଲାଗିଛନ୍ତି । ସମସ୍ତ ବର୍ଗକୁ ପସନ୍ଦ ଆସିଥିବା ଏହି ଫିଲ୍ମ ପାଇଁ କିନ୍ତୁ ମହେଶ ବାବୁ ଥିଲେ ପ୍ରଥମ ପସନ୍ଦ । ପୁଷ୍ପା ମେକର୍ସ ଏବଂ ନିର୍ଦ୍ଦେଶକ ମହେଶଙ୍କୁ ଏହି ରୋଲ ପାଇଁ ଅଫର କରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ ।

ଏହାର କାରଣ ହେଲା ମହେଶ ବାବୁ କୌଣସି ପ୍ରକାର ଆଂଟି ସୋସଲ ରୋଲରେ ଅଭିନୟ କରିବେ ନାହିଁ ବୋଲି ସଂକଳ୍ପ କରିଛନ୍ତି । ଏହା ପରେ ଅଲ୍ଲୁଙ୍କ ଭାଗ୍ୟରେ ଏହି ଫିଲ୍ମ ପଡିଥିଲା । ବାହୁବଳୀ ପରେ ପୁଷ୍ପା ବକ୍ସ ଅଫିସରେ ଜୋରଦାର ବ୍ୟବସାୟ କରୁଛି । ଆଉ ଅଲ୍ଲୁ ପାଲଟିଛନ୍ତି ଟପ ଟ୍ରେଣ୍ଡ ହୀରୋ ।

Comments are closed.