ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମାହିକା ଗୌର ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ପ୍ରଥମ ମହିଳା ଖେଳାଳି ଭାବେ ୨ଟି ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ପ୍ରଥମେ ୟୁଏଇ ପକ୍ଷରୁ ଖେଳିବା ପରେ ଏବେ ଇଂଲଣ୍ଡ ତରଫରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚରେ ମାହିକା ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିବା ମାହିକା ୨୦୧୧ରେ ଭାରତରେ ଏକ ଆଇପିଏଲ ମ୍ୟାଚ ଅବସରରେ କ୍ରିକେଟ ଖେଳାଳି ହେବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ ।
ସେ ଏହା ପରେ କ୍ରିକେଟ ଅଭ୍ୟାସ ଆରମ୍ଭ କରି ଦେଇଥିଲେ । ମାହିକାଙ୍କ ପରିବାର ଦୁବାଇ ପଳାଇ ଆସିଥିଲେ । ସେଠାରେ ସେ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ଏବେ ଇଂଲଣ୍ଡ ପକ୍ଷରୁ ସେ ଖେଳୁଛନ୍ତି । ମାହିକା ୨୦ଟି ଟି୨୦ ମ୍ୟାଚ ଖେଳି ୧୦ଟି ୱିକେଟ ଅକ୍ତିଆର କରିଛନ୍ତି । ୨୧ ରନରେ ୩ଟି ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।
Comments are closed.