Latest Odisha News

BREAKING NEWS

ମହିନ୍ଦ୍ରାରୁ ମାରୁତି ସୁଜୁକି; କେଉଁ କାର କେତେ ଶସ୍ତା ହେଲା ଜାଣନ୍ତୁ…

ମୁମ୍ବାଇ: ଗାଡି କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜଣେ ବ୍ୟକ୍ତି ଏବେ ମନ ପସନ୍ଦର ଗାଡି ଆରାମରେ କିଣିପାରିବ। ସେପ୍ଟେମ୍ବର ୨୨ରେ ସାରା ଦେଶରେ ଲାଗୁ ହୋଇଛି ନୂଆ ଜିଏସଟି ଦର। କେଉଁ ଗାଡି ଉପରେ କେତେ ପ୍ରତିଶତ ଜିଏସଟି ଲାଗିଲା। ଜାଣନ୍ତୁ…

ସରକାର ଯାନ ଗୁଡିକ ଉପରେ ଆଗରୁ ୨୮ ପ୍ରତିଶତ ଟିକସ ଲାଗୁ କରିଥିଲେ। ବର୍ତ୍ତମାନ ଏହା ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ୩୫୦ ସିସିରୁ ଅଧିକ ୨ ଚକିଆ ଯାନ ଏବଂ Luxury କାର ଗୁଡିକର ଟିକସ ପାଇ ୪୦ ପ୍ରତିଶତକୁ GST ରଖାଯାଇଛି। ୧୨ଶହ ସିସି ଯାଏଁ ପେଟ୍ରୋଲ ଇଞ୍ଜିନ, ୧୫ଶହ ସିସି ଯାଏଁ ଥିବା ଡିଜେଲ ଇଞ୍ଜିନ କିମ୍ବା ୪୦୦୦ ମିଲିମିଟର ଲମ୍ବ ଥିବା କାର ଗୁଡିକୁ ଛୋଟ କାର ଭାବରେ ବର୍ଗୀକୃତ କରାଯାଇଛି। ଅଲ୍ଟୋ ଏବଂ ଆଇ ୧୦ ଭଳି ମଡେଲ ଗାଡି ଗୁଡିକ ଏହି ବର୍ଗରେ ଅନ୍ତର୍ଭୁକ୍ତ ରହିଛନ୍ତି। ଜିଏସଟି ହ୍ରାସ ହେବା ପରେ ଟାଟା ମୋଟର୍ସ ପ୍ରଥମେ ୧୫ ଲକ୍ଷ ୫ହଜାର ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ଘୋଷଣା କରିଥିଲା। ଏଥିରେ ଟିଆଗୋ କାରର ମୂଲ୍ୟ ୭ ଲକ୍ଷ ୫୦ ହଜାର ମୂଲ୍ୟକୁ ହ୍ରାସ ପାଇଥିଲା।

ତେବେ ଟାଟା ମୋଟର୍ସ ତରଫରୁ ଅଲଟ୍ରୋଜ, ପଞ୍ଚ, ନେକ୍ସନ, କର୍ଭ, ହାରିଅର ଏବଂ ସଫାରୀ ଭଳି ଗାଡି ଗୁଡିକରେ ମୂଲ୍ୟ ହ୍ରାସ କରାଯାଇଛି। ସେହିପରି ଏସ.ୟୁଭି ନିର୍ମାତା ମହେନ୍ଦ୍ରାର ବୋଲେରୋ, ବୋଲେରୋ ନିଉ xuv 3xo ଏବଂ ଥାର 2wd ଡିଜେଲ ଗାଡି ଗୁଡିକରେ ଜିଏସଟି ୧୮ ପ୍ରତିଶତ ଲାଗୁ ହେବ। ବାକି ଗାଡି ଗୁଡିକରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ।

ମାରୁତି କମ୍ପାନୀର ଗାଡି ଗୁଡିକ ଦାମ ହ୍ରାସ ପାଇଲା

ମାରୁତି ସୁଜୁକି ALTO କେ ୧୦ର ଏଣ୍ଟ୍ରି ମୂଲ୍ୟ ୧ ଲକ୍ଷ ୭ ହଜାର ୬ଶହ ଟଙ୍କାକୁ ହ୍ରାସ ପାଇଛି। ଏହାର ମୂଲ୍ୟ ଆଗରୁ ୩ ଲକ୍ଷ ୬୯ ହଜାର ୯ଶହ ଟଙ୍କା ଥିଲା। ସେହିପରି ଗ୍ରାଣ୍ଡ ଭିଟାରାର ମୂଲ୍ୟ ହ୍ରାସ ପାଇ ୧୦ ଲକ୍ଷ ୭୬ ହଜାର ୫ଶହ ଟଙ୍କା ମୂଲ୍ୟରେ ଉପଲବ୍ଧ କରାଯିବ । କାଇଗରର ମୂଲ୍ୟ ୧୨ ଲକ୍ଷ ୨୯ ହଜାର ୯୯୫ ଟଙ୍କାରୁ ହ୍ରାସ ପାଇ ୧୦ ଲକ୍ଷ ୩୩ ହଜାର ୬ଶହ ଟଙ୍କା ହୋଇଛି । kwid climber ୬ ଲକ୍ଷ ୪୪ ହଜାର ୯୯୫ ଟଙ୍କାରୁ ହ୍ରାସ ପାଇ ୫ ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି ।

ଜିପ ଇଣ୍ଡିଆ ଗାଡି ଦାମ ହ୍ରାସ ପାଇଲା

ସେହିପରି ଜିପ ଇଣ୍ଡିଆ ମଧ୍ୟ ସେମାନଙ୍କର ଏସୟୁଭି ଲାଇନଅପ ସଂଶୋଧନ କରି ୪ ଲକ୍ଷ ୮୪ ହଜାର ପର୍ଯ୍ୟନ୍ତ ହ୍ରାସ କରିଛି । ବର୍ତ୍ତମାନ ଜିପ କମ୍ପାସ ପାଇଁ ୧୭ ଲକ୍ଷ ୭୩ ହଜାର ଟଙ୍କା ରେ ବିକ୍ରି ହେବ । ଆଗରୁ ଏହି ଗାଡି ୧୮ ଲକ୍ଷ ୯୯ ହଜାର ଟଙ୍କାରେ ମିଳୁଥିଲା। ସେହିପରି ଜିପ ମେରିଡିଆନର ମୂଲ୍ୟ ମଧ୍ୟ ୨୪ ଲକ୍ଷ ୯୯ ହଜାର ଟଙ୍କାରୁ ହ୍ରାସ ପାଇ ୨୩ ଲକ୍ଷ ୩୩ ହଜାର ଟଙ୍କାକୁ ହ୍ରାସ କରାଯାଇଛି।

 

 

Comments are closed.