Latest Odisha News

ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ମହୁରତ

ଭୁବନେଶ୍ବର : ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବମାସ’ର ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱି-ଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟନ ଅପରାଜିତ(ୟୁଡି) ଅଭିନୟ କରୁଛନ୍ତି । ଉଭୟ ଓଡିଆ ଏବଂ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା ସହ ସେ ନିଜକୁ ଜଣେ ଆଗଧାଡିର ଅଭିନେତା ଭାବେ ପ୍ରତିଷ୍ଠିତ କରାଇପାରିଛନ୍ତି । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ । ଅନ୍ୟାନ୍ୟ ଚରିତ୍ରରେ ଓଡିଆ ଓ କନ୍ନଡ ଚଳଚ୍ଚିତ୍ର ଶିଳ୍ପର ଅନେକ ନୂଆ ପୁରୁଣା କଳାକାରଙ୍କୁ ଦେଖିବାକୁ ମିଳିବ । ପୁରୁଖା ଅଭିନେତ୍ରୀ କୁନି ମିଶ୍ର ଏକ ବିଶେଷ ଭୂମିକାରେ ନଜର ଆସିବେ ।

କନ୍ନଡ ଏବଂ ଓଡିଆ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଦ୍ୱିଭାଷୀ ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏନ୍‌ ଡି. ଉଦୟ । ସଂଳାପ ରଚନା କରିଛନ୍ତି ସାଇ କେ. ଋାମୁ ଓ ଏନ୍‌ଡି ଉଦୟ । ସିନେମାଟୋଗ୍ରାଫିରେ ଶୁଭ ସଙ୍କେତ ମହାପାତ୍ର ଥିବାବେଳେ ସଙ୍ଗୀତ ଦେଇଛନ୍ତି ଜି.ଜି ହାଷ୍ଟିଙ୍ଗ୍‌ସ । ଉଭୟ ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତିକୁ ଗୁରୁତ୍ୱ ଦେବା ସହ ଏକ ସମୟୋପଯୋଗୀ ତଥା ମୂଲ୍ୟବୋଧ ଭିତିକ ଚଳଚ୍ଚିତ୍ର ଭେଟିଦେବା ଯଶସ୍ୱୀ ଫିଲ୍ମସର ଆଭିମୁଖ୍ୟ ରହିଛି । ଅଭିନବ କାହାଣୀ ସାଙ୍ଗକୁ ନୂତନ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଚିରାଚରିତ ଧାରାର ଚଳଚ୍ଚିତ୍ରଠାରୁ ଭିନ୍ନ ବାରି ହୋଇପଡିବ ବୋଲି ପ୍ରଯୋଜକ କହିଛନ୍ତି । ସବୁ ବର୍ଗର ଦର୍ଶକଙ୍କୁ ଏହା ପସନ୍ସୁଦ ଆସିବ ବୋଲି ଆଶା ରହିଛି ।

ଜାନୁଆରି ପହିଲାରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ।

Leave A Reply

Your email address will not be published.