Latest Odisha News

BREAKING NEWS

ଢ଼େଙ୍କାନାଳ ଏଟିଏମ ଲୁଟ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ : ମୋଟାଙ୍ଗା ଥାନା ନିମବାହାଳୀ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱରରୁ ଗିରଫ । ପୋଲିସ ଅଭିଯୁକ୍ତଠାରୁ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା, ତିନିଟି ଦାମିକିଆ ଫୋନ, ୨୦ଭରି ସୁନାଅଳଙ୍କାର, ପାନ କାର୍ଡ,ଭିଜିଟିଂ କାର୍ଡ ଆଦି ଜବତ କରିଛି ।

ଅଭିଯୁକ୍ତ ନାଁରେ ଭଦ୍ରକ,ବାଲେଶ୍ୱର,ମୟୁରଭଞ୍ଜ,ଖୋର୍ଦ୍ଧା,ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୫ଟି ମାମଲା ରହିଛି । ଏହି ଘଟଣାରେ ପୋଲିସ ପୂର୍ବରୁ ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ଗତ ଡିସେମ୍ବର ୧୪ତାରିଖ ରାତିରେ ଏମାନେ ନିମବାହାଳି ଏସବିଆଇ ଏଟିଏମ ଭାଙ୍ଗି ପ୍ରାୟ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ।

Leave A Reply

Your email address will not be published.