Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କଲା ମୁଖ୍ୟ ଅଭିଯୁକ୍ତ

କଟକ: କଟକ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅଭିଯୁକ୍ତ ପଞ୍ଚାନନ ସେଠୀ ହତ୍ୟା କରିଥିବା ସ୍ୱୀକାର କରିଛି । ଆଜି କୋର୍ଟ ଚାଲାଣ ବେଳେ ପଞ୍ଚାନନ କହିଛି ଯେ, କୁଳମଣି ଓ ତାଙ୍କ ପୁଅ ତାକୁ ଲଙ୍ଗଳା କରି ଆକ୍ରମଣ କରିଥିଲେ । ଏହି ରାଗରେ ସେ ଏହି ହତ୍ୟାକାଣ୍ଡ ଭିଆଇଛି ।

ଏହି ମାମଲାରେ ଗତକାଲି ୪ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣେ ଗିରଫ ହୋଇଛି । ଗତକାଲି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ଡେମୋ କରିଥିଲା । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ବାଇକ୍, ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ କରିଛି । କଟକ ଗ୍ରାମାଞ୍ଚଳ ପୋଲିସ।

ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହେଯାଗୀ ବାଇକରେ ଫେରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ପରେ ଏସସିବିରେ ଦିବ୍ୟସିଂହ ଆଖି ବୁଜିଥିଲେ ।

Leave A Reply

Your email address will not be published.